ଓଡିଶା

odisha

ETV Bharat / city

ଯୁକ୍ତ ତିନିରୁ ଅଲଗା ହେବ ଯୁକ୍ତ ଦୁଇ

ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ବୈଠକ ହୋଇଛି । ଯୁକ୍ତ ତିନିରୁ ଯୁକ୍ତ ଦୁଇ ଅଲଗା ହେବା ନେଇ ସୂଚନା ରହିଛି । ଏଥିରେ କର୍ମଚାରୀ ବଣ୍ଟନ, ଲ୍ୟାଣ୍ଡ ସମସ୍ୟା ଓ ଭିତ୍ତିଭୂମିର ସଠିକ ପରିଚାଳନା ଉପରେ ଗୁରୁତ୍ବାରୋପ ମଧ୍ୟ କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Aug 22, 2019, 12:54 PM IST

ଭୁବନେଶ୍ବର: ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ବୈଠକ ହୋଇଛି । ଉଭୟ ବିଭାଗର ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ତେବେ ଏହି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଯୁକ୍ତ ତିନିରୁ ଯୁକ୍ତ ଦୁଇ ଅଲଗା ହେବା ନେଇ ସୂଚନା ରହିଛି । ଏଥିରେ କର୍ମଚାରୀ ବଣ୍ଟନ, ଲ୍ୟାଣ୍ଡ ସମସ୍ୟା ଓ ଭିତ୍ତିଭୂମିର ସଠିକ ପରିଚାଳନା ଉପରେ ଗୁରୁତ୍ବାରୋପ ମଧ୍ୟ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ସ୍କୁଲ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗର ମିଳିତ ବୈଠକରେ ଏହି ସବୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ।

ଏହାବାଦ୍ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ମିଳିତ ଭାବରେ କ୍ଳାସ ନେବେ । ଯଦି ଯୁକ୍ତ2ରେ ଶିକ୍ଷକ ଅଭାବ ରହିଲେ ତେବେ ଯୁକ୍ତତିନି ଶିକ୍ଷକ ପଢାଇବେ । 3ରୁ 4 ବର୍ଷ ନିଯୁକ୍ତି ପ୍ରକ୍ରିୟା ଚାଲିବା ନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରାଯାଇଛି । ସେହିଭଳି ଫିଜିକାଲ ଇନଫ୍ରାଷ୍ଟ୍ରକଚର ସମ୍ପୂର୍ଣ୍ଣ ଅଲଗା ହେବା ନେଇ ଏହି ମିଳିତ ବୈଠକରେ ଚର୍ଚ୍ଚା ହୋଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details