ଭୁବନେଶ୍ବର: ଏଣିକି ୟୁଟ୍ୟୁବରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ପୂର୍ବରୁ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ୟୁଟ୍ୟୁବ ପାଠ ପଢା ଆରମ୍ଭ ହୋଇ ସଫଳତା ପରେ ବିଧିବଦ୍ଧ ଭାବେ ଏହି ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରାରମ୍ଭିକ ପର୍ଯ୍ୟାୟରେ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି ।
‘ୟୁଟ୍ୟୁବରେ ଜରିଆରେ ଅଧିକ ସୁବିଧା ପାଇବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ’ - ୟୁଟ୍ୟୁବ କ୍ଲାସ
ବର୍ତ୍ତମାନ ଅଫଲାଇନ ପାଠପଢ଼ା ଜାରି ରହିଥିବା ବେଳେ ୭୦ ପ୍ରତିଶତ ପିଲା ଉପସ୍ଥିତ ରହୁଛନ୍ତି। ତେଣୁ, ଧାର୍ଯ୍ୟ ସମୟରେ ପାଠ ପଢିପାରୁନଥିବା ପିଲା ୟୁଟ୍ୟୁବ୍ ଜରିଆରେ ସୁବିଧା ପାଇପାରିବ । ଅଧିକ ପଢନ୍ତୁ...
ୟୁଟ୍ୟୁବରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ
ସମସ୍ତ ସରଞ୍ଜାମ ପ୍ରସ୍ତୁତ ହୋଇଛି। କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇ ପାଠ ପଢାଯିବ। ବର୍ତ୍ତମାନ ଅଫଲାଇନ ପାଠପଢ଼ା ଜାରି ରହିଥିବା ବେଳେ ୭୦ ପ୍ରତିଶତ ପିଲା ଉପସ୍ଥିତ ରହୁଛନ୍ତି। ତେଣୁ, ଧାର୍ଯ୍ୟ ସମୟରେ ପାଠ ପଢିପାରୁନଥିବା ପିଲା ୟୁଟ୍ୟୁବ୍ ଜରିଆରେ ସୁବିଧା ପାଇପାରିବ ବୋଲି ରମାଦେବୀ ବିଶ୍ବବିଦ୍ୟାଳୟ ଅଧ୍ୟାପିକା ମମତା ପାତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ