ଓଡିଶା

odisha

ETV Bharat / city

Plus Two Quarterly Examination: ତ୍ରୈମାସିକ ପରୀକ୍ଷା ନେଇ CHSE ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ବିଭାଗର ଚିଠି

ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେବ ତୈମାସିକ ପରୀକ୍ଷା । ଏନେଇ ଗଣଶିକ୍ଷା ବିଭାଗ CHSE ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛି । ଅଧିକ ପଢନ୍ତୁ

+୨ରେ ହେବ ତ୍ରୈମାସିକ ପରୀକ୍ଷା, CHSE ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ବିଭାଗର ଚିଠି
+୨ରେ ହେବ ତ୍ରୈମାସିକ ପରୀକ୍ଷା, CHSE ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ବିଭାଗର ଚିଠି

By

Published : Aug 23, 2022, 7:19 PM IST

ଭୁବନେଶ୍ବର:ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ହେବ ତ୍ରୈମାସିକ ପରୀକ୍ଷା । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସିଏଚଏସଇ (CHSE) ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚଳିତ ଶିକ୍ଷା ବର୍ଷରେ ତ୍ରୈମାସିକ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ନେଇ ଆବଶ୍ୟକୀୟ ପଦକ୍ଷେପ ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।

+୨ରେ ହେବ ତ୍ରୈମାସିକ ପରୀକ୍ଷା, CHSE ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ବିଭାଗର ଚିଠି

ଗତ ଜୁନ ୧୮ ରୁ କଲେଜ ଖୋଲିଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କ୍ଵାର୍ଟର ଏଣ୍ଡ ପରୀକ୍ଷା ହେବ ନା ନାହିଁ ସ୍ପଷ୍ଟ କରିନଥିଲା । ଫଳରେ ପିଲାମାନେ ଚିନ୍ତାରେ ଥିଲେ । ଆଜି ଏନେଇ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଥିଓରୀ ପରୀକ୍ଷା ପାଇଁ ୨୦ ଓ ପ୍ରାକ୍ଟିକାଲ ପାଇଁ ୧୦ ମାର୍କର ପରୀକ୍ଷା ହେବ । CHSE ପରୀକ୍ଷା ତାରିଖ ଘୋଷଣା କରିବ ବୋଲି ସୂଚନା ମିଳିଛି ।

ଏହା ବି ପଢନ୍ତୁ- ଛାତ୍ର ଠାରୁ ଲାଞ୍ଚ ନେଇ ଆଇନ ମହାବିଦ୍ୟାଳୟ ମୁଖ୍ୟ କିରାଣୀ ଗିରଫ

ସୂଚନା ଥାଉ କି ଯୁକ୍ତ ଦୁଇ ତ୍ରୈମାସିକ ପରୀକ୍ଷାରେ ବର୍ଷକୁ ତିନୋଟି ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରତି ତିନି ମାସରେ ପରୀକ୍ଷା ହେବ । କୌଣସି ଛାତ୍ରଛାତ୍ରୀ ଏହି ପରୀକ୍ଷା ନଦେଲେ ବାର୍ଷିକ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ। କୋରୋନା କାଳରେ ଆରମ୍ଭ ହୋଇଥିବା ଶିକ୍ଷା ଢାଞ୍ଚାକୁ ଚଳିତ ଶିକ୍ଷା ବର୍ଷରେ ଲାଗୁ କରିବାକୁ ଯୋଜନା କରିଛି ଉଚ୍ଚ ଶିକ୍ଷା ପରିଷଦ । ତେବେ ତ୍ରୈମାସିକ ପରୀକ୍ଷାର ରେଜଲ୍ଟ ମୁଖ୍ୟ ପରୀକ୍ଷାରେ ମିଶିବ କି ନାହିଁ ତାହାକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ।

ଏହା ବି ପଢନ୍ତୁ- ତ୍ରୈମାସିକ ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ !

ଉଚ୍ଚ ଶିକ୍ଷା ପରିଷଦର ଏହି ନିଷ୍ପତ୍ତିକୁ ନେଇ ପୂର୍ବରୁ ପ୍ରଶ୍ନ କରିଥିଲା ଅଭିଭାବକ ମହାସଂଘ । ଅଭିଭାବକ ମହାସଂଘର ଉପାଧ୍ୟକ୍ଷ ପ୍ରସନ୍ନ ବିଷୋୟୀ କହିଥିଲେ, " ପିଲାମାନେ କେବେ ଆଡମିଶନ କରିଛନ୍ତି ଓ କେତେ ଦିନ କ୍ଲାସ୍‌ ହୋଇଛି ? କଲେଜରେ ପ୍ରର୍ଯ୍ୟାପ୍ତ ଅଧ୍ୟାପକ ଅଛନ୍ତି ନା ନାହିଁ ତାହା ଜାଣିବା ଦରକାର । କିନ୍ତୁ ତ୍ରୈମାସିକ ପରୀକ୍ଷା ନିତାନ୍ତ ଆବଶ୍ୟକ । ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଆବଶ୍ୟକ ଭିତ୍ତିଭୂମି ମିଳିବା ଦରକାର ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details