ଓଡିଶା

odisha

ETV Bharat / city

ପ୍ରକାଶ ପାଇଲା ଯୁକ୍ତ 2 ବିଜ୍ଞାନ ପରୀକ୍ଷା ଫଳ, ଆଗରେ ଛାତ୍ରୀ - bhubaneswar

ପ୍ରକାଶ ପାଇଲା ଯୁକ୍ତ 2 ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ମୋଟ 97 ହଜାର 750 ପିଲା ପରୀକ୍ଷା ଦେଇଥିବାବେଳେ ପାସ ହାର ରହିଛି 72.33 ପ୍ରତିଶତ । ପ୍ରଥମ ଶ୍ରେଣୀରେ 20 ହଜାର 806 ଜଣ ପାସ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ 23 ହଜାର 904 ଜଣ ପିଲା ପାସ କରିଛନ୍ତି ।

ବ୍ୟୁରୋ ରିପୋର୍ଟ

By

Published : Jun 3, 2019, 6:54 PM IST

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ 2 ବିଜ୍ଞାନ ପରୀକ୍ଷା ଫଳ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଦିନ 12ଟାରେ ଜୟଦେବ ଭବନ ଗୀତଗୋବିନ୍ଦ ଅଡ଼ିଟୋରିୟମରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଥିଲେ । ଏଥର ବି ଛାତ୍ର ମାନଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ ।

ବ୍ୟୁରୋ ରିପୋର୍ଟ

ପ୍ରକାଶ ପାଇଲା ଯୁକ୍ତ 2 ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ମୋଟ 97 ହଜାର 750 ପିଲା ପରୀକ୍ଷା ଦେଇଥିବାବେଳେ ପାସ ହାର ରହିଛି 72.33 ପ୍ରତିଶତ । ପ୍ରଥମ ଶ୍ରେଣୀରେ 20 ହଜାର 806 ଜଣ ପାସ କରିଥିବାବେଳେ ଦ୍ବିତୀୟ ଶ୍ରେଣୀରେ 23 ହଜାର 904 ଜଣ ପିଲା ପାସ କରିଛନ୍ତି । ସେହିପରି 25 ହଜାର 360 ଜଣ ତୃତୀୟ ଶ୍ରେଣୀରେ ପାସ କରିଥିବା ଜଣାପଡ଼ିଛି । ବାଲେଶ୍ବର ଜିଲ୍ଲାରେ ପାସ ହାର ସର୍ବାଧିକ ରହିଥିବାବେଳେ ଗଜପତି ଜିଲ୍ଲାର ପାସହାର କମ ରହିଛି ।

ଏଥର ବି ବାଜି ମାରିଛନ୍ତି ଛାତ୍ରୀ । ଛାତ୍ରୀଙ୍କ ତୁଳନାରେ ଛାତ୍ର ପାସ ହାର କମ ରହିଛି । ତେବେ 60 ଜଣ ପିଲା 90 ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଜଣାପଡ଼ିଛି । ରାଜ୍ୟରେ ମୋଟ 29ଟି କଲେଜର ଫଳାଫଳ ଭଲ ରହିଛି । ଏହି 29ଟି କଲେଜରେ ପାସ ହାର 100 ପ୍ରତିଶତ ରହିଛି । ସେପଟେ 9ଟି କଲେଜର ଫଳାଫଳ ଶୂନ ରହିଥିବା ଜଣାପଡିଛି ।

ତେବେ ଚଳିତ ବର୍ଷ ବାତ୍ୟା 'ଫନି' ଓ ନିର୍ବାଚନ ଯୋଗୁଁ ରେଜଲ୍ଟ ଆସିବାରେ ବିଳମ୍ବ ହୋଇଛି । ଅନ୍ୟପଟେ ଚଳିତ ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା କଳା ଓ ବାଣିଜ୍ୟ ଫଳ ପ୍ରକାଶ ପାଇବା ନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details