ଭୁବନେଶ୍ବର: ଆଜିଠାରୁ(ସୋମବାର) ଆରମ୍ଭ ହେଲା ଯୁକ୍ତ ଦୁଇ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା । ପରୀକ୍ଷାରେ ପ୍ରଶ୍ନପତ୍ରକୁ ନେଇ ଖୁସି ଅଛନ୍ତି ଛାତ୍ରଛାତ୍ରୀ । ୨୮ ତାରିଖରୁ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଆଜି ପ୍ରଥମ ପରୀକ୍ଷା ଦେଇଛନ୍ତି ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷାର୍ଥୀ ।
ଯୁକ୍ତ ଦୁଇ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ - ଯୁକ୍ତ ଦୁଇ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ
ଆଜିଠାରୁ(ସୋମବାର) ଆରମ୍ଭ ହେଲା ଯୁକ୍ତ ଦୁଇ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା । ପରୀକ୍ଷାରେ ପ୍ରଶ୍ନପତ୍ରକୁ ନେଇ ଖୁସି ଅଛନ୍ତି ଛାତ୍ରଛାତ୍ରୀ । ୨୮ ତାରିଖରୁ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଆଜି ପ୍ରଥମ ପରୀକ୍ଷା ଦେଇଛନ୍ତି ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷାର୍ଥୀ । ଅଧିକ ପଢନ୍ତୁ
ଯୁକ୍ତ ଦୁଇ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ
ଯୁକ୍ତ ଦୁଇ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ
ଆଜି ଇଂରାଜୀ ବିଷୟରେ ପରୀକ୍ଷା ହୋଇଥିବାବେଳେ ସକାଳ ୯ଟାରେ ଏହା ଆରମ୍ଭ ହୋଇଥିଲା । ବିଜ୍ଞାନ ପାଠ୍ୟକ୍ରମର ପରୀକ୍ଷା ମଧ୍ୟାହ୍ନ ୧୨ଟାରେ ସରିଥିବା ବେଳେ ଧନ୍ଦାମୂଳକ ପାଠ୍ୟକ୍ରମର ପରୀକ୍ଷା ୧୧ ଟା ୩୦ରେ ଶେଷ ହୋଇଛି । ଚଳିତ ଥର ରାଜ୍ୟରେ ୧୧୩୩ ପରୀକ୍ଷା କେନ୍ଦ୍ର କରାଯାଇଛି । ବିଜ୍ଞାନରେ ୭୮ ହଜାର ୭୭ ଓ ଧନ୍ଦାମୂଳକ ୫ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ