ଓଡିଶା

odisha

ETV Bharat / city

ପ୍ରକାଶ ପାଇଲା +2 କଳା ଓ ଧନ୍ଦାମୂଳକ ରେଜଲ୍ଟ, କଳାରେ ପାସ୍‌ ହାର 89.49% - +2 କଳା ଓ ଧନ୍ଦାମୂଳକ ରେଜଲ୍ଟ

ପ୍ରକାଶ ପାଇଲା +2 କଳା ଓ ଧନ୍ଦାମୂଳକ ରେଜଲ୍ଟ
ପ୍ରକାଶ ପାଇଲା +2 କଳା ଓ ଧନ୍ଦାମୂଳକ ରେଜଲ୍ଟ, କଳାରେ ପାସ୍‌ ହାର 89.49%

By

Published : Aug 14, 2021, 1:14 PM IST

Updated : Aug 14, 2021, 3:24 PM IST

13:06 August 14

ପ୍ରକାଶ ପାଇଲା +2 କଳା ଓ ଧନ୍ଦାମୂଳକ ରେଜଲ୍ଟ

ପ୍ରକାଶ ପାଇଲା +2 କଳା ଓ ଧନ୍ଦାମୂଳକ ରେଜଲ୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା +2 କଳା ଓ ଧନ୍ଦାମୂଳକ ରେଜଲ୍ଟ । କଳାରେ ପାସ କରିଛନ୍ତି ମୋଟ 1 ଲକ୍ଷ 86 ହଜାର 101 ଜଣ । କଳାରେ ମୋଟ ପାସହାର ରହିଛି 89. 49% । ସେହିପରି ଧନ୍ଦାମୂଳକ ପରୀକ୍ଷାରେ ମୋଟ ପାସ ହାର ରହିଛି ୯୯.୧୬% । କଳାରେ ପ୍ରଥମ ଶ୍ରେଣୀରେ ୩୦ ହଜାର ୫୧୦ ପାସ କରିଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୪୦ ହଜାର ୧୦୧ ଜଣ ଓ ତୃତୀୟ ଶ୍ରେଣୀରେ ୧୦ ହଜାର ୭୪ ଜଣ ପାସ କରିଛନ୍ତି । 

କଳାରେ 85.98 ପ୍ରତିଶତ ଛାତ୍ର ମାନେ ପାସ କରିଥିବା ବେଳେ ଛାତ୍ରୀ ମାନେ 92.34 ପ୍ରତିଶତ ପାସ କରିଛନ୍ତି । ସେଥି ମଧ୍ୟରୁ SC ପିଲାମାନେ 86.37 ଓ ST ପିଲାମାନେ 86. 44 ପ୍ରତିଶତ ନମ୍ବର ରଖି ପାସ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି 30 ହଜାର 685 ଜଣ, ଦ୍ବିତୀୟରେ 46 ହଜାର 563 ଓ  ତୃତୀୟରେ 1ଲକ୍ଷ 19 ହଜାର 505 ଜଣ । ସେହିଭଳି 90 ପ୍ରତିଶତରୁ ଊର୍ଦ୍ଧ୍ବ 95 ଜଣ ପିଲା ନମ୍ବର ରଖିଛନ୍ତି । ସେହିଭଳି ଧନ୍ଦାମୂଳକ 86.02 ପ୍ରତିଶତ ପାସ ହୋଇଛନ୍ତି।  

ଛାତ୍ରମାନେ 83.85 ପ୍ରତିଶତ ପାସ କରିଥିବା ବେଳେ 88.4 ପ୍ରତିଶତ ଛାତ୍ରୀ ପାସ କରିଛନ୍ତି । ରେଗୁଲାରରେ ପାସ ହୋଇଛନ୍ତି 99.16 । ଏକ୍ସ ରେଗୁଲାରରେ ପାସ ହୋଇଛନ୍ତି 35.39 ।  ପ୍ରଥମ ଶ୍ରେଣୀରେ 1076 ଜଣ, ଦ୍ବିତୀୟରେ 1836 ଓ ତୃତୀୟରେ 2219 ପାସ କରିଛନ୍ତି । ଗତବର୍ଷ ତୁଳନାରେ ଚଳିତ ବର୍ଷ ପରୀକ୍ଷା ଫଳ ବେଶ ଭଲ ହୋଇଛି । ତେବେ ରାଜ୍ୟରେ କଳା ବିଷୟରେ ବାଲେଶ୍ବରରେ ସର୍ବାଧିକ 95.29 ପ୍ରତିଶତ ନମ୍ବର ରହିଥିବା ବେଳେ ସର୍ବନିମ୍ନ ନବରଙ୍ଗପୁ ରେ 80.91 ପ୍ରତିଶତ ନମ୍ବର ରହିଛି ।  

ସେହିଭଳି ଭାବରେ ତେବେ ଧନ୍ଦାମୂଳକ ପରୀକ୍ଷାରେ ସର୍ବାଧିକ ନୟାଗଡ ଜିଲ୍ଲାରେ 95.65 ପ୍ରତିଶତ ଏବଂ ସର୍ବନିମ୍ନ ନବରଙ୍ଗପୁରରେ 0 ପ୍ରତିଶତ ପାସ ହାର ରହିଛି । ଛାତ୍ରଛାତ୍ରୀମାନେ www.orissaresult.nic.in ରେ ନିଜର ଫଳ ଜାଣିପାରିବେ ଏବଂ ନିଜର ମାର୍କ ସିଟ ଡାଉନ ଲୋଡ଼ କରିପାରିବେ । ପ୍ରତ୍ୟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମ୍ସ-ଇ-ସ୍ପେସ ରେ ଉପଲବ୍ଧ ହେବ। 0674 2301098 ରୁ ହେଲ୍ପଲାଇନ ନମ୍ବରରୁ ଆଵଶ୍ୟକୀୟ ସୂଚନା ପରୀକ୍ଷାର୍ଥୀ ମାନେ ପାଇପାରିବେ ।  

ତ୍ରୁଟି ଥିଲେ 23 ତାରିଖ ସୁଦ୍ଧା ନିଜର କଲେଜର ପ୍ରିନ୍ସିପାଲ ଙ୍କ ପାଖରେ ପ୍ରମାଣ ସହ ଅଭିଯୋଗ ଦାଖଲ କରିପାରିବେ। ଯେଉଁ ପରୀକ୍ଷାର୍ଥୀ ମାନେ ମାର୍କ ରେ ସନ୍ତୁଷ୍ଟ ନାହାନ୍ତି ସେମାନେ ଇଛ କଲେ ପୁଣିଥରେ ପରୀକ୍ଷା ଦେଇପାରିବେ। ଅଫଳାଇନ ମୋଡ଼ ରେ ପରୀକ୍ଷା ସମ୍ପର୍କରେ ବିଶେଷ ସୂଚନା ଏବଂ ବିଜ୍ଞପ୍ତି ଆସନ୍ତା 21 ତାରିଖ ସୁଧା ପ୍ରକାଶ କରାଯିବ।  

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Aug 14, 2021, 3:24 PM IST

ABOUT THE AUTHOR

...view details