ଓଡିଶା

odisha

ETV Bharat / city

ମାର୍ଚ୍ଚ 3ରୁ ଯୁକ୍ତ ଦୁଇ ପରୀକ୍ଷା, ସବୁ ସେଣ୍ଟରରେ ଲାଗିବ ସିସିଟିଭି

ମାର୍ଚ୍ଚ 3ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ । ମାର୍ଚ୍ଚ 3ରୁ ଆରମ୍ଭ ହୋଇ ମାର୍ଚ୍ଚ 28 ତାରିଖରେ ଶେଷ ହେବ ସମସ୍ତ ଥିଓରୀ ପରୀକ୍ଷା । ଅଧିକ ପଢନ୍ତୁ...

plus two examination
ମାର୍ଚ୍ଚ 3ରୁ ଯୁକ୍ତ ଦୁଇ ପରୀକ୍ଷା

By

Published : Dec 27, 2019, 5:53 PM IST

Updated : Dec 27, 2019, 7:27 PM IST

ଭୁବନେଶ୍ବର: ଆସନ୍ତା ମାର୍ଚ୍ଚ 3ରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ଆରମ୍ଭ । ମାର୍ଚ୍ଚ 3ରୁ 28 ତାରିଖ ଯାଏ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ମାର୍ଚ୍ଚ 4ରୁ ଆରମ୍ଭ ହୋଇ 26 ସରିବ ବାଣିଜ୍ୟ ପରୀକ୍ଷା । ସେହିପରି କଳା ମାର୍ଚ୍ଚ 4ରୁ 27 ତାରିଖ ପର୍ଯ୍ୟନ୍ତ ହେବ । ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ 16ରୁ ଆରମ୍ଭ ହୋଇ 28 ତାରିଖ ସମାପ୍ତ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

ମାର୍ଚ୍ଚ 3ରୁ ଯୁକ୍ତ ଦୁଇ ପରୀକ୍ଷା, ସବୁ ସେଣ୍ଟରରେ ଲାଗିବ ସିସିଟିଭି

ଦିନ 10ଟାରୁ ପରୀକ୍ଷା ଆରମ୍ଭ ହୋଇ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ସେହିପରି ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି 27ରୁ ଫେବ୍ରୁଆରି 5 ଯାଏ ଚାଲିବ । ଏଥର ପରୀକ୍ଷା ଦେବେ ମୋଟ 3 ଲକ୍ଷ 49 ହଜାର 154 ଜଣ ପରୀକ୍ଷାର୍ଥୀ । ବିଜ୍ଞାନରେ 97 ହଜାର 536 ଜଣ ପରୀକ୍ଷା ଦେବାକୁ ଥିବାବେଳେ, ବାଣିଜ୍ୟରେ 25 ହଜାର 770, କଳାରେ 2 ଲକ୍ଷ 18 ହଜାର 831 ଓ ଧନ୍ଦାମୂଳକ ଶିକ୍ଷାରେ 7 ହଜାର 17 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡିଛି ।

ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସେଣ୍ଟରରେ ସିସିଟିଭି କ୍ୟାମେରା ଲଗାଯିବାକୁ ଥିବାବେଳେ ପରୀକ୍ଷା ସମୟରେ କପି ରୋକିବା ପାଇଁ ସ୍ବତନ୍ତ୍ର ସ୍କ୍ବାର୍ଡର ଗଠନ କରାଯିବ । ଏହା ସହିତ ପରୀକ୍ଷାର ତିନି ଦିନ ପୂର୍ବରୁ ଆଡମିଟ୍‌ କାର୍ଡ ମିଳିବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Dec 27, 2019, 7:27 PM IST

ABOUT THE AUTHOR

...view details