ଓଡିଶା

odisha

ETV Bharat / city

ଜୁଲାଇ 20ରୁ +2 ନାମଲେଖା ଆବେଦନ

ଜୁଲାଇ 20ରୁ ଆରମ୍ଭ ହେବ ଏକାଦଶ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । SAMS ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିବେ । ଅଧିକ ପଢ଼ନ୍ତୁ

plus two enrollment application process starts from july 20
ଜୁଲାଇ 20ରୁ +2 ନାମଲେଖା ଆବେଦନ

By

Published : Jul 16, 2022, 2:20 PM IST

Updated : Jul 16, 2022, 10:33 PM IST

ଭୁବନେଶ୍ବର: ଜୁଲାଇ 20ରୁ ଆରମ୍ଭ ହେବ +2 ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା । SAMS ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିବେ । ଏନେଇ ଆଜି (ଶନିବାର) ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ www.samsodisha.gov.in ୱେବସାଇଟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ ।

ଜୁଲାଇ 20ରୁ +2 ନାମଲେଖା ଆବେଦନ

ଗତ ବର୍ଷ ସାରା ରାଜ୍ୟରେ ପ୍ରାୟ 55 ହଜାର ସିଟ୍‌ ବୃଦ୍ଧି କରାଯାଇଛି । ଫଳରେ ଯୁକ୍ତଦୁଇ ଆଡମିଶନ ପାଇଁ ଏବେ ପାଖାପାଖି 5 ଲକ୍ଷ ସିଟ ଉପଲବ୍ଧ ହୋଇଛି । କଳାରେ 38 ହଜାର ସିଟ୍ ବୃଦ୍ଧିକୁ ଅନୁମତି ମିଳିଥିଲା । ସେହିଭଳି ବିଜ୍ଞାନରେ 13 ହଜାର ଓ ବାଣିଜ୍ୟରେ 3 ହଜାର 900 ସିଟ୍ ବୃଦ୍ଧି କରାଯାଇଥିଲା । ଏହାପରେ ମୋଟ ସିଟ୍ ସଂଖ୍ୟା 40ଲକ୍ଷ 98 ହଜାର 254କୁ ପହଞ୍ଚିଥିଲା ।

ପୂର୍ବ ଅପେକ୍ଷା ଚଳିତଥର ଅଧିକ ଛାତ୍ରଛାତ୍ରୀ ମାଟ୍ରିକରେ ପାସ୍ କରିଛନ୍ତି । ତେବେ ଯୁକ୍ତଦୁଇରେ ସିଟ ସମସ୍ୟା ଉପୁଜିଲେ ଆବଶ୍ୟକ ସ୍ଥଳେ ସିଟ୍‌ ବଢାଯିବ । ଅନ୍ୟପଟେ ଦଶମ CBSE ଏବଂ ICSE ରେଜଲ୍ଟ ବାହାରିନଥିବାରୁ ଆବଶ୍ୟକ ସ୍ଥଳେ ଆଡ଼ମିଶନ ଲାଗି ଆବେଦନ ତାରିଖ ଘୁଞ୍ଚିପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

ତେବେ ଆସନ୍ତା 20 ତାରିଖରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ନାମଲେଖା ଆବେଦନ । ସାଧାରଣ ବର୍ଗଙ୍କ ପାଇଁ 200 ଟଙ୍କା ରହିଥିବା ବେଳେ ଏସଟି/ ଏସସି ମାନଙ୍କ ପାଇଁ 100 ଟଙ୍କା ଫର୍ମ ଧାର୍ଯ୍ୟ କରାଯାଇଛି । ତେବେ ଏହି ନାମ ଲେଖିବା ପାଇଁ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । 20 ତାରିଖରୁ ଅଗଷ୍ଟ 10 ତାରିଖ ପର୍ଯ୍ୟନ୍ତ ନାମ ଲେଖା ପାଇଁ କରିବେ ଆବେଦନ । ଅଗଷ୍ଟ 17 ତାରିଖରେ ପ୍ରକାଶ ପାଇବ ପ୍ରଥମ ମେରିଟ ଲିଷ୍ଟ। ଅଗଷ୍ଟ 19 ତାରିଖ ରୁ ଅଗଷ୍ଟ 25 ତାରିଖ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ହେବ ପ୍ରଥମ ପର୍ଯ୍ୟାୟର ନାମଲେଖା ରହିଛି । ସେପ୍ଟେମ୍ବର 2 ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ମେରିଟ ଲିଷ୍ଟ । ସେପ୍ଟେମ୍ବର 5 ରୁ 7 ତାରିଖ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା କରାଯିବ। ସେପ୍ଟେମ୍ବର 13ରୁ 15 ତାରିଖ ପର୍ଯ୍ୟନ୍ତ ଯେଉଁମାନେ ନାମଲେଖାରୁ ବଞ୍ଚିତ ହୋଇଥିବେ ସେମାନଙ୍କର ସ୍ପଟ୍ ଆଡ଼ମିଶନ ପାଇଁ ପ୍ରକାଶ ପାଇଁ ମେରିଟ୍ ଲିଷ୍ଟ । ସେପ୍ଟେମ୍ବର 15ରୁ ସେପ୍ଟେମ୍ବର 16 ତାରିଖ ପର୍ଯ୍ୟନ୍ତ ସ୍ପଟ୍ ଆଡ଼ମିଶନ କରାଯିବ । ଏବଂ ୧୭ ତାରିଖରେ ସମସ୍ତ ତାଲିକା ସାମସ ପୋର୍ଟାଲରେ ଅପଲୋଡ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 16, 2022, 10:33 PM IST

ABOUT THE AUTHOR

...view details