ଓଡିଶା

odisha

By

Published : Aug 20, 2022, 1:01 PM IST

ETV Bharat / city

ସରକାରୀ କଲେଜରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, କଟଅଫ୍‌ ତାଲିକାରେ ତଳଆଡୁ ପ୍ରଥମ ବଡ କଲେଜ

ଚଳିତ ବର୍ଷ ଯୁକ୍ତ ଦୁଇ କଟଅଫ୍‌ ମାର୍କ ପ୍ରକାଶ ପାଇବା ପରେ ରାଜ୍ୟର ନାମୀ ଦାମୀ କଲେଜର ଅସଲ ଚେହେରା ସମ୍ମାନକୁ ଆସିଛି । ଟପ୍‌ ୧୦ରେ ନାହିଁ ରାଜ୍ୟର ନାମୀ ଦାମୀ କଲେଜର ନାମ । ଅଧିକ ପଢନ୍ତୁ

ସରକାରୀ କଲେଜରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, କଟ ଅଫ ମାର୍କ ତଳେ ବଡ ବଡ କଲେଜ
ସରକାରୀ କଲେଜରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, କଟ ଅଫ ମାର୍କ ତଳେ ବଡ ବଡ କଲେଜ

ଭୁବନେଶ୍ବର:ନାମିଦାମୀ ସରକାରୀ କଲେଜରୁ ମୁହଁ ଫେରାଉଛନ୍ତି କି ଛାତ୍ରଛାତ୍ରୀ । କାହିଁକି ନା ଚଳିତ ବର୍ଷ ଯୁକ୍ତ ଦୁଇ କଟଅଫ୍‌ ମାର୍କ(Cut off marks) ପ୍ରକାଶ ପାଇବା ପରେ ନାମୀ ଦାମୀ କଲେଜର ଅସଲ ଚେହେରା ସମ୍ମାନକୁ ଆସିଛି । ପୂର୍ବରୁ ବିଜେବି, ରମାଦେବୀ, ଶୈଳବାଳା ଭଳି କଲେଜରେ ନାମ ଲେଖାଇବାକୁ ଛାତ୍ରଛାତ୍ରୀମାନେ ଇଚ୍ଛା ପ୍ରକାଶ କରୁଥିବାବେଳେ, ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରକାଶ ପାଇଥିବା ଟପ 10 କଲେଜ ମଧ୍ୟରେ ବିଜେବି କଲେଜ କଳା ବିଭାଗରେ 7 ନମ୍ବରରେ ରହିଥିବାବେଳେ ରମାଦେବୀ, ଶୈଳବାଳା ଭଳି କଲେଜ ଗୁଡିକ ସ୍ଥାନ ନାହିଁ ।

ସରକାରୀ କଲେଜରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, କଟ ଅଫ ମାର୍କ ତଳେ ବଡ ବଡ କଲେଜ

ସେହିଭଳି ବିଜ୍ଞାନରେ ଟପ୍‌ 10 କଲେଜରେ ରମାଦେବୀ 10 ନମ୍ବର ସ୍ଥାନରେ ରହିଥିବାବେଳେ ବିଜେବି କଲେଜ 3 ନମ୍ବରରେ ରହିଛି । ବାଣିଜ୍ୟରେ ବିଭାଗରେ ଟପ 10ରେ ବିଜେବି କଲେଜ 3 ନମ୍ବରରେ ରହିଥିବାବେଳେ 5 ନମ୍ବରରେ ରହିଛି କଟକର ଶୈଳବାଳା ଏବଂ 6 ନମ୍ବରରେ ରହିଛି ଭୁବନେଶ୍ୱରର ରାଜଧାନୀ ଜୁନିୟର କଲେଜ ।

ଏନେଇ ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ, ''ବିଗତ ବର୍ଷରେ ଅନେକ ନାମିଦାମୀ ସରକାରୀ ଜୁନିୟର କଲେଜର ଟିଆରପି କାମୁଛି । ଅର୍ଥାତ ଛାତ୍ରଛାତ୍ରୀ ସରକାରୀ କଲେଜରେ ପାଠ ପଢିବାକୁ ଇଚ୍ଛୁକ ନୁହନ୍ତି । ଏହାର କାରଣ ହେଉଛି ରାଜ୍ୟରେ ପୁଳା ପୁଳା କୋଚିଂ ସେଣ୍ଟର ଖୋଲୁଛି । ଗୋଟିଏ ସାଧାରଣ କଲେଜରେ ନାମ ଲେଖାଇ କୋଚିଂ ସେଣ୍ଟରରେ ଫୁଲ ଟାଇମ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।"

"କୋଚିଂ ସେଣ୍ଟର ଏବଂ କିଛି ଘରୋଇ କଲେଜ ସହିତ ଟାଏଅପ୍‌ ମଧ୍ୟ ରହିଛି । ଯାହା ଫଳରେ ସେହି କଲେଜରେ ପାଠ ପଢିଲେ ଏବଂ କୋଚିଂ ସେଣ୍ଟରରେ ମଧ୍ୟ ଫୁଲ ଟାଇମ ପାଠ ପଢ଼ିଲେ । ସରକାରୀ କଲେଜରେ(Odisha top Government Colleges) ପାଠ ପଢିଲେ ଉପସ୍ଥାପନ କମ ରହିଲେ ପରୀକ୍ଷା ଦେଇପାରିବେ ନାହିଁ ଏବଂ ଅନ୍ୟାନ୍ୟ କାରଣ ମଧ୍ୟ ରହିଛି । ଅନେକ ସମୟରେ ବଡ ବଡ କଲେଜ ମାନଙ୍କରେ ମଧ୍ୟ ସାମ୍ସରେ ଆବେଦନ କରୁନାହାନ୍ତି । ଏହାର ତଦନ୍ତ କରିଲେ ପକୃତ ସତ୍ୟତା ବାହାରକୁ ଆସିବ ।"

ଅନ୍ୟପଟେ ବିଜେବି କଲେଜର ପ୍ରିନ୍ସିପାଲ ରଞ୍ଜନ ବଳ କହିଛନ୍ତି ଯେ, ''ଘର ପାଖରେ ପୂର୍ବରୁ କଲେଜ ନଥିଲା । ପୂର୍ବରୁ ବିଜେବି କଲେଜ ଏକ ମାତ୍ର କଲେଜ ଥିଲା । ବର୍ତ୍ତମାନ ଅଲଗା ବୋର୍ଡରୁ 10 ପ୍ରତିଶତ କମ ପିଲା ନାମ ଲେଖାଉଛନ୍ତି । ପୂର୍ବରୁ ଅଧାରୁ ଅଧିକ ପିଲାମାନେ ନାମ ଲେଖାଉଥିଲେ, ଗାଁ ଗହଳିରୁ ଯେଉଁ ପିଲାମାନେ ବିଜେବି କଲେଜକୁ ପଢିବା ପାଇଁ ଆସୁଥିଲେ ଏବେ ସେମାନଙ୍କ ଅଞ୍ଚଳରେ ଆଦର୍ଶ ବିଦ୍ୟାଳୟ ଭଳି ଅନେକ କଲେଜ ଖୋଲିଲାଣି, ହାଇସ୍କୁଲରେ କଲେଜ ମଧ୍ୟ କରାଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ଆଗରୁ ବିଜେବି କଲେଜ ଭଲ କଟ ଅଫ ମାର୍କରେ ଯାଉଥିଲା । ଏହାର କାରଣ ବେଶୀ କଲେଜ ନଥିଲା, CBSE କଲେଜ ବହୁତ କମ ଥିଲା, ତେଣୁ ଅନେକ ପିଲାମାନେ ବିଜେବି କଲେଜ ଆସୁଥିଲେ । ବର୍ତ୍ତମାନ ରେସିଡେନ୍ସି କଲେଜ ବହୁତ ମାତ୍ରାରେ ଖୋଲିଗଲାଣି, ମାଟ୍ରିକ ପରେ ପିଲାଙ୍କୁ ଅଟକାଇ ରଖୁଛନ୍ତି, ଯାହା ଫଳରେ ପିଲାମାନେ କିଛି ମାସ ପଡ଼ିଲା ପରେ ଅନ୍ୟ କଲେଜକୁ ଯିବାକୁ ରାଜି ହେଉନାହାନ୍ତି ।''

ରାଜ୍ୟରେ ଯୁକ୍ତ ଦୁଇ ପାଠ୍ୟକ୍ରମ ପାଇଁ ପ୍ରଥମ ପର୍ଯ୍ୟାୟରେ କଟଅଫ୍‌ ମାର୍କ ପ୍ରକାଶ ପାଇଛି ଏବଂ ଏହାର ପ୍ରଥମ ପର୍ଯ୍ୟାୟର ନାମ ଲେଖା ମଧ୍ୟ ଆରମ୍ଭ ହୋଇଛି । ତେବେ ରାଜ୍ୟରେ ଏତେ ସଂଖ୍ୟାରେ ବଡ ବଡ ସରକାରୀ କଲେଜ ରହିଥିବା ବେଳେ କଟଅଫ୍‌ ମାର୍କରେ ତଳେ ରହିଛନ୍ତି ସରକାରୀ କଲେଜ ଗୁଡିକ ।

ABOUT THE AUTHOR

...view details