ଭୁବନେଶ୍ବର: ଯୁକ୍ତ ଦୁଇ ବାଣିଜ୍ୟ ଫଳ ପ୍ରକାଶିତ । ଚଳିତ ବର୍ଷ ପାସହାର 74.95 ପ୍ରତିଶତ ରହିଛି । 25,772 ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 19,318ଜଣ ପାସ କରିଛନ୍ତି । ଗତଥର 70.26 ପ୍ରତିଶତ ପାସହାର ଥିଲା ।
16,648ଜଣ ବାଳକ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ 12,215 ଜଣ ପାସ କରିଛନ୍ତି । ପାସହାର 73.37 ପ୍ରତିଶତ ରହିଛି । ସେପଟେ 9,124ଜଣ ବାଳିକା ପରୀକ୍ଷା ଦେଇଥିବାବେଳେ 7,103 ଜଣ ପାସ କରିଛନ୍ତି । ଫଳରେ ପାସହାର 77.8 ପ୍ରତିଶତ ରହିଛି ।
6,610 ଜଣ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । ସେହିପରି 4,259ରେ ଦ୍ବିତୀୟ ଶ୍ରେଣୀରେ ପାସ କରିଛନ୍ତି । 8,361 ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି ।
ନୟାଗଡ ଜିଲ୍ଲାରେ ସର୍ବାଧିକ ରେଜଲ୍ଟ ହୋଇଥିବାବେଳେ ଦେବଗଡ ଜିଲ୍ଲାରେ ସର୍ବନିମ୍ନ ରହିଛି । ନୟାଗଡରେ 88.70 ପ୍ରତିଶତ ପାସହାର ଥିବାବେଳେ ଦେବଗଡରେ 34.17 ପ୍ରତିଶତ ପାସହାର ରହିଛି ।