ଓଡିଶା

odisha

ETV Bharat / city

ଯୁକ୍ତଦୁଇ ପାଠପଢା ପ୍ରସଙ୍ଗରେ ଅଭିଭାବକ ମହାସଂଘର ପ୍ରତିକ୍ରୟା - ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ

ହାଇସ୍କୁଲରେ ଯୁକ୍ତ ଦୁଇ ପାଠପଢା ପ୍ରସଙ୍ଗ । ଯୁକ୍ତଦୁଇ ପାଠପଢା ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଲା ଅଭିଭାବକ ମହାସଂଘ । ପ୍ରଥମେ ସ୍କୁଲର ଭିତ୍ତିଭୂମି ସମେତ ଶିକ୍ଷକ ନିଯୁକ୍ତି କରାଯାଉ । କେବଳ ଖାତା କଲମରେ ଯୋଜନା ନରଖି କାର୍ଯ୍ୟକାରୀ କରାଯାଉ । ଅଧିକ ପଢନ୍ତୁ

ଯୁକ୍ତଦୁଇ ପାଠପଢା ପ୍ରସଙ୍ଗରେ ଅଭିଭାବକ ମହାସଂଘର ପ୍ରତିକ୍ରୟା
ଯୁକ୍ତଦୁଇ ପାଠପଢା ପ୍ରସଙ୍ଗରେ ଅଭିଭାବକ ମହାସଂଘର ପ୍ରତିକ୍ରୟା

By

Published : Sep 27, 2022, 10:50 PM IST

Updated : Sep 27, 2022, 11:11 PM IST

ଭୁବନେଶ୍ବର:ହାଇସ୍କୁଲରେ ପଢିବେ ଯୁକ୍ତ ଦୁଇ ପିଲା । 2023-24 ଶିକ୍ଷା ବର୍ଷରୁ ପ୍ରଥମ ପର୍ଯ୍ୟାୟରେ 40ଟି ସ୍କୁଲରେ ଖୋଲିବ ଏକାଦଶ । ତେବେ ଏନେଇ ହାଇସ୍କୁଲରେ ଯୁକ୍ତ ଦୁଇ ପାଠପଢା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଅଭିଭାବକ ମହାସଂଘ । ପ୍ରଥମେ ସ୍କୁଲର ଭିତ୍ତିଭୂମି ସମେତ ଶିକ୍ଷକ ନିଯୁକ୍ତି କରାଯାଉ । କେବଳ ଖାତା କଲମରେ ଯୋଜନା ନ ରଖି କାର୍ଯ୍ୟକାରୀ କରାଯାଉ ।

ଯୁକ୍ତଦୁଇ ପାଠପଢା ପ୍ରସଙ୍ଗରେ ଅଭିଭାବକ ମହାସଂଘର ପ୍ରତିକ୍ରୟା

ଆସନ୍ତା ଶିକ୍ଷା ବର୍ଷ ଠାରୁ ହାଇସ୍କୁଲରେ ପାଠ ପଢିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ତେଣୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ସ୍ଵତନ୍ତ୍ର ଶିକ୍ଷକ ଏକାଦଶ ପାଇଁ ନିଯୁକ୍ତି ହେବେ । ଯେଉଁ ପିଲାମାନେ ଠିକ୍ ସମୟ ମଧ୍ୟରେ ସ୍କୁଲ ଓ କଲେଜରେ ପହଞ୍ଚି ପାରୁନାହାଁନ୍ତି । ଏଥିସହ ଯେଉଁ ଅଞ୍ଚଳରେ ହାଇସ୍କୁଲ ଠାରୁ କଲେଜ ଅନେକ ଦୂରତାରେ ରହିଛି ସେହି ଅଞ୍ଚଳରେ ସ୍କୁଲ ସହିତ କଲେଜ ଖୋଲିବାକୁ ନିଷ୍ପତି ନିଆଯାଇଛି । ତେବେ ଅନେକ ସ୍ଥାନରେ ଶିକ୍ଷାର ଭିତ୍ତିଭୂମି ରହିଛି । ଶିକ୍ଷକ ନିଯୁକ୍ତି ପୂର୍ବରୁ ସରିଛି । ଆଗାମୀ ଦିନ ମାନଙ୍କରେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା କରାଯିବ । ଯାହା ଦ୍ଵାରା ଶିକ୍ଷକ ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ହାଇସ୍କୁଲରେ ପାଠ ପଢ଼ିବେ ଯୁକ୍ତ ୨ ପିଲା, ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା

ଏପଟେ ଅଭିଭାବକ ମହାସଂଘର ଉପାଧ୍ୟକ୍ଷ ପ୍ରସନ୍ନ ବିଶୋଇ କହିଛନ୍ତି ଯେ, ସ୍କୁଲରେ ଯୁକ୍ତ ଦୁଇ ପିଲାମାନଙ୍କୁ ପାଠ ପଢାଇବେ ଏହାକୁ ସ୍ଵାଗତ କରୁଛି ଅଭିଭାବକ ମହାସଂଘ । କିନ୍ତୁ ବର୍ତ୍ତମାନ ସେଠାରେ ନବମ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢାଇବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଶିକ୍ଷକ ନାହାଁନ୍ତି । ସେଠାରେ ଶ୍ରେଣୀ ଗୃହ ନାହିଁ, କୌଣସି ବ୍ୟବସ୍ଥା ନାହିଁ । ଯଦି ହାଇସ୍କୁଲରେ ଭିତ୍ତିଭୂମି ଠିକ ନାହିଁ, ସେଠାରେ କିଭଳି ଭାବରେ ଯୁକ୍ତ ଦୁଇ କ୍ଳାସ ହେବ । ସେଠାରେ ପ୍ରାକ୍ଟିକାଲ କ୍ଳାସ ଦରକାର, ପ୍ରାକ୍ଟିକାଲ ପାଇଁ ସାମଗ୍ରୀ ଆବଶ୍ୟକ । ଏଥିସହ ସେଠାରେ ଶିକ୍ଷକ ମଧ୍ୟ ଦରକାର । କଲେଜରେ ପାଠ ପଢିବା ପାଇଁ ଯାହା ଦରକାର ତାହା ସ୍କୁଲରେ ଆନୁଷଙ୍ଗିକ ଭାବରେ କିଛି ନାହିଁ । ତେବେ ଏନେଇ ସ୍କୁଲ କୁ ଶିକ୍ଷା ବିଭାଗ ଅଧିକାରୀ ଗସ୍ତ କରନ୍ତୁ, ଭିତ୍ତିଭୂମୀ ପରଖନ୍ତୁ । ସେହି ହାଇସ୍କୁଲକୁ ଆବଶ୍ୟକ ଜିନିଷ ଆସିବା ପରେ ସ୍କୁଲରେ କଲେଜ ରହିବ ବୋଲି ଘୋଷଣା କରନ୍ତୁ ବୋଲି କହିଛନ୍ତି ପ୍ରସନ୍ନ ବିଶୋଇ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 27, 2022, 11:11 PM IST

ABOUT THE AUTHOR

...view details