ଓଡିଶା

odisha

ETV Bharat / city

ଆରମ୍ଭ ହେଲା ଯୁକ୍ତ ଦୁଇ ଆଡ଼ମିଶନ ପ୍ରକ୍ରିୟା, ରାଗିଂ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ

ଆଜିଠାରୁ(ବୁଧବାର) ଆରମ୍ଭ ହୋଇଛି ଯୁକ୍ତ ଦୁଇ ପାଇଁ ଆଡ଼ମିଶନ ପ୍ରକ୍ରିୟା । ତେବେ ଚଳିତ ବର୍ଷ ରାଗିଂ ଉପରେ କଲେଜ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେବେ । ଅଧିକ ପଢନ୍ତୁ

ଆରମ୍ଭ ହେଲା ଯୁକ୍ତ ଦୁଇ ଆଡ଼ମିଶନ ପ୍ରକ୍ରିୟା, ରାଗିଂକୁ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ
ଆରମ୍ଭ ହେଲା ଯୁକ୍ତ ଦୁଇ ଆଡ଼ମିଶନ ପ୍ରକ୍ରିୟା, ରାଗିଂକୁ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ

By

Published : Jul 20, 2022, 10:34 PM IST

କଟକ: ଆଜିଠାରୁ(ବୁଧବାର) ଆରମ୍ଭ ହୋଇଛି ଯୁକ୍ତ ଦୁଇ ପାଇଁ ଆଡ଼ମିଶନ ପ୍ରକ୍ରିୟା । ଛାତ୍ରଛାତ୍ରୀ ମାନେ ୱେବସାଇଟରେ ଇଛୁକ ଥିବା କଲେଜ ପାଇଁ ଆବେଦନ ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜିଠାରୁ ଛାତ୍ରଛାତ୍ରୀ ମାନେ ଆଡ଼ମିଶନ ପ୍ରକ୍ରିୟା ସାମିଲ ହୋଇଛନ୍ତି ।ଚଳିତ ବର୍ଷ ଭଲ ରେଜଲ୍ଟ ହୋଇଥିବାରୁ କଲେଜ ମାନଙ୍କରେ ପୂର୍ବ କଟଅଫ ମାର୍କରୁ ଏଥର ଅଧିକ ବଢ଼ିପାରେ ବୋଲି ଅନୁମାନ କରାଯାଉଛି ।

ଆରମ୍ଭ ହେଲା ଯୁକ୍ତ ଦୁଇ ଆଡ଼ମିଶନ ପ୍ରକ୍ରିୟା, ରାଗିଂକୁ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବ

ଏପରିକି ପୂର୍ବ କଟଅଫ ମାର୍କରୁ ୨ରୁ ୩ ପ୍ରତିଶତ ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି । ଉନ୍ନତମାନର କଲେଜରେ ନାମ ଲେଖାଇବା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖା ଦେଇଛି । ସେହିପରି ଛାତ୍ରଛାତ୍ରୀ ମାନଙ୍କ ସୁବିଧା ପାଇଁ କଲେଜ କର୍ତ୍ତୃପକ୍ଷ ମଧ୍ୟ ଅନେକ ବ୍ୟବସ୍ଥା କରିଛନ୍ତି । ବିଶେଷ କରି ଛାତ୍ରଛାତ୍ରୀ ମାନେ କଲେଜରେ ଆଡ଼ମିଶନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେଲେ ସେମାନଙ୍କ ସୁବିଧା ପାଇଁ କଲେଜ ପକ୍ଷରୁ ହେଲ୍ପ ଡେସ୍କର ବ୍ୟବସ୍ଥା କରାଯାଇଛି । ତେବେ ଚଳିତ ବର୍ଷ ରାଗିଂ ଉପରେ କଲେଜ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେବେ । ଛାତ୍ରଛାତ୍ରୀ ମାନଙ୍କୁ ଏନେଇ ସଚେତନ କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details