ଭୁବନେଶ୍ବର : ଅଫଲାଇନ ପରୀକ୍ଷା ଘୁଞ୍ଚାଇବା ଦାବି କରି ତାତିଲେ ବିଜେବି କଲେଜର ଯୁକ୍ତ ତିନି ଛାତ୍ରଛାତ୍ରୀ । ହୋ ହାଲ୍ଲା ସହ ନାରାବାଜି କରି କଲେଜର ଫାଟକରେ ପକାଇଲେ ତାଲା । କାରଣ କୋରୋନା ସମୟରେ କ୍ଳାସ ଗୁଡିକ ଅନଲାଇନ କରାଯାଇଥିବାବେଳେ ଅଧିକାଂଶ ସମୟ କଲେଜ ଛୁଟି ରହିଥିଲା ।
ତେଣୁ ଏକ ବର୍ଷର ପାଠ୍ଯପୁସ୍ତକର ପାଠକୁ ପଢି ଏତେ କମ ସମୟ ଭିତରେ ପରୀକ୍ଷା କିଭଳି ଦେବେ ବୋଲି ଛାତ୍ରଛାତ୍ରୀ କଲେଜ ଅଧ୍ୟକ୍ଷଙ୍କୁ ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ କୋରୋନା ସମୟରେ ବି ଅନେକ ପିଲା ଘରୁ ଆସି ପାରି ନାହାଁନ୍ତି । ତେଣୁ କଲେଜ କର୍ତ୍ତୃପକ୍ଷ ପିଲାଙ୍କ ଭବିଷ୍ୟତକୁ ନଜରରେ ରଖି ଏସବୁ ଦିଗରେ ଧ୍ୟାନ ଦେଇ ନିଷ୍ପତ୍ତି ନେବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।