ଓଡିଶା

odisha

ETV Bharat / city

ଯୁକ୍ତ ତିନି Spot ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି - Odisha Higher Education Department

ରାଜ୍ୟର ବଳକାଥିବା କଲେଜରେ ହେବ ନାମଲେଖା । ଯୁକ୍ତ ତିନି ବିଜ୍ଞାନ, କଳା ଓ ବାଣିଜ୍ୟ ପାଇଁ ଅନଲାଇନରେ ସ୍ପଟ୍ ଆଡମିଶନ ପାଇଁ ଆବେଦନ କରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଯୁକ୍ତ ତିନି SPOT ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଯୁକ୍ତ ତିନି SPOT ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

By

Published : Oct 1, 2021, 9:16 PM IST

ଭୁବନେଶ୍ବର:ଯୁକ୍ତ ତିନି ପାଇଁ ଆରମ୍ଭ ହେବ SPOT ନାମଲେଖା । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖି ସମସ୍ତ କଲେଜ ଗୁଡିକୁ ଜଣାଇବା ସହ ଆଡମିଶନ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି । ତେବେ ସାମ୍ସ ଅଧୀନରେ ଥିବା ଯୁକ୍ତ ତିନିର ୨ଟି ପର୍ଯ୍ୟାୟରେ ନାମ ଲେଖା ଶେଷ ହୋଇଛି । ଯେଉଁ କଲେଜରେ ବଳକା ସିଟ ରହିଛି ସେଠାରେ SPOT ନାମଲେଖା କରାଯିବ । ଯେଉଁମାନେ ଅଗଷ୍ଟ 20 ତାରିଖରୁ ସେପ୍ଟେମ୍ବର 4 ତାରିଖ ମଧ୍ୟରେ CAF ପଞ୍ଜିକୃତ କରିଥିଲେ ସେମାନଙ୍କ ପାଇଁ SPOTରେ ନାମଲେଖା ପାଇଁ ଆବେଦନ କରିପାରିବେ ।

ସେପଟେ କଲେଜରେ ଖାଲିଥିବା ସିଟ ନେଇ ଅକ୍ଟୋବର 8 ତାରିଖ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ । WWW.SAMSODISHA.GOV.IN ୱେବସାଇଟରେ ଖାଲି ପଡିଥିବା ସିଟ ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ତେବେ ଆବେଦନକାରୀଙ୍କ ପାଇଁ ଇଣ୍ଟିମେସନ ଲେଟର ଡାଉନଲୋଡ ହେବା ପରେ ସେମାନେ ଆଡମିଶନ ପାଇଁ ମନୋନୀତ କଲେଜରେ ନାମ ଲେଖାଇ ପାରିବେ ।

ପ୍ରତ୍ୟେକ ଛାତ୍ରଛାତ୍ରୀ ସର୍ବାଧିକ 5ଟି ବିକଳ୍ପ ଦେଇପାରିବେ । ଆଉ ଏନେଇ 23 ତାରିଖରେ ପ୍ରକାଶ ପାଇବ ମନୋନୀତ ହୋଇଥିବା ଛାତ୍ର ଛାତ୍ରୀଙ୍କ ନାମ । ଅକ୍ଟୋବର 27 ଓ 28 ତାରିଖରେ ସମସ୍ତ କାଗଜପତ୍ର ଯାଞ୍ଚ ଏବଂ ନାମଲେଖା କରାଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details