ଭୁବନେଶ୍ବର : 2020-21 ଏକାଡେମିକ ବର୍ଷର ଯୁକ୍ତ ତିନି ନାମଲେଖା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି । ଯାଞ୍ଚ ପାଇଁ ଲିଷ୍ଟରେ ଥିବା ମୋଟ 96,515 ପିଲାଙ୍କ ମଧ୍ୟରୁ ସ୍ନାତକୋତ୍ତର ଡିଗ୍ରୀ ପାଇଁ ବିଭିନ୍ନ ଷ୍ଟ୍ରିମରେ ପାଠ୍ୟକ୍ରମରେ ଆଡମିଶନ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ 22,016 ଜଣ ଚୟନ କରାଯାଇଛି ।
କଳା ବିଭାଗରେ 12 ହାଜର 69 ଜଣ, ବାଣିଜ୍ୟରେ ଏକ ହଜାର 781 ଜଣଙ୍କୁ ସିଲେକ୍ସନ କରାଯାଇଛି । ସେହିଭଳି ଫିଜିକାଲ ସାଇନ୍ସ ଷ୍ଟ୍ରିମ ପାଇଁ 4119 , ବାଇଲୋଜିକାଲ ପାଇଁ 3465, ସେଲ୍ଫ ଫାଇନାନ୍ସ ଷ୍ଟ୍ରିମ 398 , ସଂସ୍କୃତ 184 ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି ।