ଓଡିଶା

odisha

ETV Bharat / city

OFFLINE EXAM: ପରୀକ୍ଷା ବିରୋଧରେ ରାଜରାସ୍ତାରେ ଗର୍ଜିଲେ ଯୁକ୍ତ ୩ ଛାତ୍ରଛାତ୍ରୀ - ଅନଲାଇନ ପରୀକ୍ଷା ପାଇଁ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ଦାବି

ଅଫଲାଇନ ପରୀକ୍ଷାକୁ ନେଇ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ ଛକରେ ଯୁକ୍ତ ୩ ଛାତ୍ରଛାତ୍ରୀ ବିରୋଧ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

OFFLINE EXAM: ପରୀକ୍ଷା ବିରୋଧରେ ରାଜରାସ୍ତାରେ ଗର୍ଜିଲେ ଯୁକ୍ତ ୩ ଛାତ୍ରଛାତ୍ରୀ
OFFLINE EXAM: ପରୀକ୍ଷା ବିରୋଧରେ ରାଜରାସ୍ତାରେ ଗର୍ଜିଲେ ଯୁକ୍ତ ୩ ଛାତ୍ରଛାତ୍ରୀ

By

Published : Feb 14, 2022, 1:41 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନରେ ଗର୍ଜିଲେ ଯୁକ୍ତ ତିନି ଛାତ୍ରଛାତ୍ରୀ । ଅଫଲାଇନ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଜୋରଦାର ବିରୋଧ । କୋରୋନା ସମୟରେ ଠିକ ଭାବରେ ଅନଲାଇନରେ ପାଠପଢ଼ା ହୋଇନଥିବା ସହ କ୍ଳାସରୁମରେ ପଠାପଢ଼ା ହୋଇନାହିଁ । ପିଲମାନଙ୍କ ପାଠପଢାରେ ଅନେକ ସମସ୍ୟା ରହିଥିବା ବେଳେ ବେଳେ ହଠାତ ପରୀକ୍ଷା ହେବାକୁ ନେଇ ବିରୋଧ କରିଛନ୍ତି ଯୁକ୍ତ ତିନି ଛାତ୍ରଛାତ୍ରୀ ।

OFFLINE EXAM: ପରୀକ୍ଷା ବିରୋଧରେ ରାଜରାସ୍ତାରେ ଗର୍ଜିଲେ ଯୁକ୍ତ ୩ ଛାତ୍ରଛାତ୍ରୀ

ଯୁକ୍ତ ୩ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ କୋଭିଡ଼ ସମୟରେ ପାଠପଢା ଠିକ୍ ଭାବେ ହୋଇ ନାହିଁ । ତେଣୁ ୫-ସେମିଷ୍ଟାର ପରୀକ୍ଷା ବାତିଲ କରାଯାଉ ନଚେତ ଅନଲାଇନରେ ପିଲାମାନଙ୍କ ପରୀକ୍ଷା ହେଉ । ଏବେ ୬-ସେମିଷ୍ଟାର ପରୀକ୍ଷା ପାଇଁ ପାଠ ପଢା ଆରମ୍ଭ ହୋଇଛି । ତେଣୁ ଅଫଲାଇନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ସଠିକ୍ ଭାବେ ପ୍ରସ୍ତୁତ ହୋଇନାହାଁନ୍ତି । ସରକାର ଅନଲାଇନରେ ପରୀକ୍ଷା କରନ୍ତୁ ନଚେତ୍ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ପିଲାମାନେ ଚେତାବନୀ ଦେଇଛନ୍ତି ।

ଏ ନେଇ ଯୁକ୍ତ ୩ ଛାତ୍ରୀ କହିଛନ୍ତି ଯେ ଅଫଲାଇନ ପରୀକ୍ଷାକୁ ନେଇ ସେମାନେ ଛାତ୍ରଛାତ୍ରୀଙ୍କ ମତାମତ ନେବା ଦରକାର । ୬ ମାସରେ ପାଠ୍ୟକ୍ରମ ଶେଷ ହୋଇଥିବାରୁ ପିଲାମାନେ ୧ ମାସ ମଧ୍ୟରେ ପାଠ ପଢିପାରିବେ ନାହିଁ ବୋଲି ସେ କହିଛନ୍ତି । ତେବେ ଏହି ପରୀକ୍ଷାକୁ ନେଇ ଅନଲାଇନରେ କରାଗରେ ୬ଷ୍ଠ ସେମିଷ୍ଟାର ପାଇଁ ସେମାନେ ପ୍ରସ୍ତୁତ ହେବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details