ଭୁବନେଶ୍ବର:ଯୁକ୍ତ ତିନି ଆଡମିଶନ ନେଇ ପ୍ରକାଶ ପାଇଲା ଦ୍ବିତୀୟ ପର୍ଯ୍ୟାୟର କଟ୍ ଅଫ ମାର୍କ । ମୋଟ 2 ଲକ୍ଷ 44 ହଜାର 252 ଜଣ ପିଲା ଆବେଦନ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ସିଲେକ୍ସନ ହୋଇଛନ୍ତି 40 ହଜାର 611 ଜଣ ଛାତ୍ରଛାତ୍ରୀ । ଶିକ୍ଷାର୍ଥୀଙ୍କ ପ୍ରଥମ ପସନ୍ଦ ରହିଛି ବିଜେବି କଲେଜ ।
ବିଜେବି କଲେଜ ସମସ୍ତ ବିଭାଗରେ କଟ୍ ଅଫ ମାର୍କରେ ଆଗୁଆ ରହିଛି । କଲେଜର କଳା ବିଭାଗରେ ଜେନେରାଲ ବର୍ଗରେ ଭୂଗୋଳରେ 89.33 ପ୍ରତିଶତ ଓ ଇଂରାଜୀରେ 89.33 ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି । ଏସି ବର୍ଗରେ ବିଜେବି କଲେଜରେ ଭୂଗୋଳରେ 79.5 ପ୍ରତିଶତ ଏବଂ ଏସଟି ବର୍ଗରେ ଭୂଗୋଳରେ 79.17 ପ୍ରତିଶତ କଟ ଅଫ ମାର୍କ ରହିଛି ।