ଓଡିଶା

odisha

ଦୁଇ ଦିନ ବଢିଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି

By

Published : Sep 16, 2021, 6:57 PM IST

ବଢିଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅବଧି । ପୂର୍ବରୁ 13 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ନାମଲେଖା ଘୋଷଣା ହୋଇଥିବାବେଳେ ବର୍ତ୍ତମାନ ଏହା କେତେ ଦିନ ବୃଦ୍ଧି ହୋଇଛି ଜାଣନ୍ତୁ...

ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟର ନାମଲେଖା ପ୍ରକ୍ରିୟା ଅବଧି ବୃଦ୍ଧି
ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟର ନାମଲେଖା ପ୍ରକ୍ରିୟା ଅବଧି ବୃଦ୍ଧି

ଭୁବନେଶ୍ବର:ବଢିଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅବଧି । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ନାମଲେଖା ସମୟ ଆହୁରି ଦୁଇ ଦିନ ବୃଦ୍ଧି ହୋଇଛି । ପୂର୍ବରୁ 13 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ନେଇ ଘୋଷଣା ହୋଇଥିଲା । ବର୍ତ୍ତମାନ ଏହାକୁ ଘୁଞ୍ଚାଯାଇ 18 ତାରିଖ ପର୍ଯ୍ୟନ୍ତ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ଏ ସମ୍ପର୍କରେ ସୂଚନା ଦେଇଛି ।

ଆଜି ଯୁକ୍ତ ତିନି ଆଡମିଶନ ଶେଷ ହେବାର ଥିଲା । ଏହାକୁ ଆସନ୍ତା 18 ତାରିଖ ଯାଏଁ ବୃଦ୍ଧି କରାଯାଇଛି । ତେବେ ଦ୍ବିତୀୟ ମେଧା ତାଲିକା 21 ବଦଳରେ 23 ତାରିଖରେ ପ୍ରକାଶ ପାଇବ । କୋଭିଡ କଟକଣା ମଧ୍ୟରେ ଆଡମିଶନ କରାଯିବ । ଛାତ୍ରଛାତ୍ରୀ ମାସ୍କ, ସାନିଟାଇଜର ଏବଂ ସାମାଜିକ ଦୂରତା ରକ୍ଷା କରି ଆଡମିଶନ କରିବେ ।

ଚଳିତ ବର୍ଷ ନାମଲେଖା ପାଇଁ 2 ଲକ୍ଷ 44 ହଜାର 252 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ 1 ଲକ୍ଷ 68 ହଜାର 537 ଜଣ ଛାତ୍ରଛାତ୍ରୀ ନାମଲେଖା ଲାଗି ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ହୋଇଛନ୍ତି । କଳାରେ 1 ଲକ୍ଷ 2 ହଜାର 292 ଜଣ, ଫିଜିକାଲ ସାଇନ୍ସରେ 25 ହଜାର 350, ବାୟୋଲୋଜିକାଲ ସାଇନ୍ସରେ 18 ହଜାର 338 ଏବଂ ବାଣିଜ୍ୟ 17 ହଜାର 634 ଜଣ ପ୍ରଥମ ପର୍ଯ୍ୟାୟ ଆଡମିଶନ ପାଇଁ ଯୋଗ୍ୟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details