ଓଡିଶା

odisha

ETV Bharat / city

23ରୁ ଆରମ୍ଭ ହେବ +2 ୟୁଟ୍ୟୁବ କ୍ଳାସ, ପ୍ରଥମେ ପଢିବେ 6 ବିଦ୍ୟାଳୟ ପିଲା - ଗଣଶିକ୍ଷା ବିଭାଗ

ଅଗଷ୍ଟ 23 ତାରିଖରୁ ଆରମ୍ଭ ହେବ +2 ୟୁଟ୍ୟୁବ କ୍ଳାସ । ସପ୍ତାହକୁ 5 ଦିନ ହେବ କ୍ଳାସ । ପ୍ରଥମ ପର୍ଯ୍ୟାୟରେ 6 ସ୍କୁଲ ହେବେ ସାମିଲ । ଅଧିକ ପଢନ୍ତୁ...

23ରୁ ଆରମ୍ଭ ହେବ +2 ୟୁଟ୍ୟୁବ କ୍ଳାସ, 1 ପର୍ଯ୍ୟାୟରେ 6 ବିଦ୍ୟାଳୟ ସାମିଲ
23ରୁ ଆରମ୍ଭ ହେବ +2 ୟୁଟ୍ୟୁବ କ୍ଳାସ, 1 ପର୍ଯ୍ୟାୟରେ 6 ବିଦ୍ୟାଳୟ ସାମିଲ

By

Published : Aug 19, 2021, 9:05 PM IST

ଭୁବନେଶ୍ବର:ରାଜ୍ୟରେ ଅଗଷ୍ଟ 23 ତାରିଖରୁ ଆରମ୍ଭ ହେବ +2 ୟୁଟ୍ୟୁବ କ୍ଳାସ। ସପ୍ତାହକୁ 5 ଦିନ ଏହି ପ୍ରଣାଳୀରେ କ୍ଳାସ ହେବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ଥିବା ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲରେ ପାଠ ପଢୁଥିବା ଛାତ୍ରାଛାତ୍ରୀ ଏହି ପ୍ରଣାଳୀରେ କ୍ଲାସରେ ସାମିଲ ହେବା ସହ ବିଶେଷ ଭାବରେ ଉପକୃତ ହେବ ।

23ରୁ ଆରମ୍ଭ ହେବ +2 ୟୁଟ୍ୟୁବ କ୍ଳାସ, 1ମ ପର୍ଯ୍ୟାୟରେ 6 ବିଦ୍ୟାଳୟ ସାମିଲ

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 6ଟି ଉଚ୍ଚ ମାଧ୍ୟମିକ ସ୍କୁଲରୁ ଏହି ଲାଇଭ କ୍ଳାସ ସଂଚାଳିତ ହେବ। ସେହି ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ମଧ୍ୟରେ ରହିଛି BJB , ରେଭେନ୍ସା, ଖଲ୍ଲିକୋଟ, MEC ବାରିପଦା, MCS ପୁରୀ, ବାଲେଶ୍ବର ଫକୀର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି । ପରେ ରାଜ୍ୟର ଅନ୍ୟ ବିଦ୍ୟାଳୟ ଗୁଡିକରେ ଏହି ଫର୍ମାଟରେ ଶିକ୍ଷାଦାନ ଆରମ୍ଭ ହେବା ନେଇ ଲକ୍ଷ ରଖାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details