ଓଡିଶା

odisha

ଦିନକ ପରେ ଯୁକ୍ତ ଦୁଇ ରେଜଲ୍ଟ, ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ

By

Published : Jul 29, 2021, 8:36 PM IST

Updated : Jul 30, 2021, 11:09 AM IST

ଆସନ୍ତା 31 ତାରିଖରେ ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ତେବେ ମାଟ୍ରିକ ମୂଲ୍ୟାୟନ ଅସନ୍ତୋଷ ଘଟଣାର ପରେ ନିଜ ରେଜଲ୍ଟ ନେଇ ଚିନ୍ତାରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ...

ଦିନକ ପରେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ, ଦ୍ବନ୍ଦରେ ଛାତ୍ରଛାତ୍ରୀ
ଦିନକ ପରେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ, ଦ୍ବନ୍ଦରେ ଛାତ୍ରଛାତ୍ରୀ

ଭୁବନେଶ୍ବର: କୋଭିଡ ଯୋଗୁଁ ସ୍କୁଲ କଲେଜ ବନ୍ଦ ହୋଇଗଲା । ଯଦ୍ବାରା ପିଲାଙ୍କ ପାଠପଢା ଖୁବ୍ ବ୍ୟାହତ ହେଲା । ଏପରିକି ମହାମାରୀ ଯୋଗୁଁ ପରୀକ୍ଷା ମଧ୍ୟ ବାତିଲ କଲେ ସରକାର । ଫଳରେ ବିନା ପରୀକ୍ଷାରେ ମାଟ୍ରିକ ଭଳି ଯୁକ୍ତ ଦୁଇ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବାକୁ ଯାଉଛି । ମାଟ୍ରିକ ରେଜଲ୍ଟ ଆଧାରରେ ଯୁକ୍ତ ଦୁଇ ପିଲାଙ୍କ ମୂଲ୍ୟାୟନ ହୋଇଛି । ଏନେଇ ଛାତ୍ରଛାତ୍ରୀ ଭଲ ରେଜଲ୍ଟ ହେବା ନେଇ ଆଶାବାଦୀ ଥିବାବେଳେ ବିନା ପରୀକ୍ଷାରେ ରେଜଲ୍ଟ ବାହାରୁଥିବାରୁ ସେମାନଙ୍କ ମଧ୍ୟରେ କିଛିମାତ୍ରାରେ ଦ୍ବନ୍ଦ୍ବ ଓ ଭୟ ମଧ୍ୟ ସୃଷ୍ଟି ହେଉଛି । ପୂର୍ବରୁ ମଧ୍ୟ ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ ନେଇ ମାଟ୍ରିକ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଥିବାବେଳେ ଯେପରି ସେମାନଙ୍କ ଭଳି ସ୍ଥିତି ସୃଷ୍ଟି ନ ହେଉ ସେନେଇ ଚିନ୍ତାରେ ଯୁକ୍ତ ଦୁଇ ଶିକ୍ଷାର୍ଥୀ ।

ଦିନକ ପରେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ, ଦ୍ବନ୍ଦରେ ଛାତ୍ରଛାତ୍ରୀ


ଆସନ୍ତା ଜୁଲାଇ 31 ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଛି । ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯେତିକି ଉତ୍ସାହ ରହିଛି ସେତିକି ଭୟ ମଧ୍ୟ ରହିଛି । ତେଣୁ ମାଟ୍ରିକ ମୂଲ୍ୟାୟନ କ୍ଷେତ୍ରରେ ହୋଇଥିବା ତ୍ରୁଟି ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ ।




ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 30, 2021, 11:09 AM IST

ABOUT THE AUTHOR

...view details