ଓଡିଶା

odisha

ETV Bharat / city

+୨ ରେଜଲ୍ଟକୁ ନେଇ CHSE କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ରଛାତ୍ରୀ - CHSE କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ରଛାତ୍ରୀ

+୨ ଫଳ ପ୍ରକାଶ ପରେ ଅସନ୍ତୋଷ ଛାତ୍ରଛାତ୍ରୀ ଘେରିଲେ CHSE କାର୍ଯ୍ୟାଳୟ। CHSE ର କୌଣସି ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ମନ ଇଚ୍ଛା ମାର୍କ ଦେଇ ଫେଲ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ। ଅଧିକ ପଢନ୍ତୁ...

+୨ ରେଜଲ୍ଟକୁ ନେଇ CHSE କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ରଛାତ୍ରୀ
+୨ ରେଜଲ୍ଟକୁ ନେଇ CHSE କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ରଛାତ୍ରୀ

By

Published : Aug 16, 2021, 1:55 PM IST

ଭୁବନେଶ୍ବର: +୨ ଫଳ ପ୍ରକାଶ ପରେ ଅସନ୍ତୋଷ ଛାତ୍ରଛାତ୍ରୀ ଘେରିଲେ CHSE କାର୍ଯ୍ୟାଳୟ। CHSE ର କୌଣସି ପରୀକ୍ଷା ଦେଇନଥିବା ଛାତ୍ରଛାତ୍ରୀଙ୍କୁ ମନ ଇଚ୍ଛା ମାର୍କ ଦେଇ ଫେଲ କରିଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ।

+୨ ରେଜଲ୍ଟକୁ ନେଇ CHSE କାର୍ଯ୍ୟାଳୟ ଘେରିଲେ ଅସନ୍ତୋଷ ଛାତ୍ରଛାତ୍ରୀ

ଗତବର୍ଷ +୨ ରେ କୌଣସି ପରୀକ୍ଷା ଦେଇନଥିବା ପିଲାମାନଙ୍କୁ ଦଶମ ଶ୍ରେଣୀ ଆଧାରରେ ମାର୍କ ଦେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। କିନ୍ତୁ CHSE ମନ ଇଚ୍ଛା ମାର୍କ ଦେଇ କାହାକୁ ଫେଲ କରିଛି ତ କାହାର ମାର୍କ ଉଇଥ ହୋଲ୍ଡ କରିଛି। ଏନେଇ ଛାତ୍ରଛାତ୍ରୀମାନେ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ମଧ୍ୟ ଦଶମ ଶ୍ରେଣୀ ଆଧାରରେ ମାର୍କ ଦେଇହେବ ନାହିଁ ବୋଲି ସେ ସିଧାସଳଖ ମନା କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details