ଓଡିଶା

odisha

ETV Bharat / city

ପ୍ରକାଶ ପାଇଲା +2 ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ ମାର୍କ - cut-off mark

ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ଵିତୀୟ ପର୍ଯ୍ୟାୟର କଟ ଅଫ ମାର୍କ । ମୋଟ ଆକାରରେ ଦ୍ୱିତୀୟ ପର୍ଯ୍ୟାୟରେ 35 ହଜାର 591 ଜଣଙ୍କୁ ଚୟନ କରାଯାଇଛି । ଅଧିକ ପଢନ୍ତୁ...

ପ୍ରକାଶ ପାଇଲା +2 ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ
ପ୍ରକାଶ ପାଇଲା +2 ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ

By

Published : Oct 5, 2020, 3:04 PM IST

ଭୁବନେଶ୍ବର: ପ୍ରକାଶ ପାଇଛି ଯୁକ୍ତ ଦୁଇ ଦ୍ବିତୀୟ କଟ ଅଫ ମାର୍କ ତାଲିକା। ବିଜ୍ଞାନରେ ରେଭେନ୍ସା କଲେଜ ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହାର କଟ ଅଫ ମାର୍କ 86.33 ପ୍ରତିଶତ ରହିଛି। ସେହିପରି ବାଣିଜ୍ୟରେ ଯାଜପୁର କଲେଜରେ 79.67 ପ୍ରତିଶତ କଟ ଅଫ ମାର୍କ ରହିଥିବା ବେଳେ କଳାରେ କଟ ଅଫ ମାର୍କ 70 ପ୍ରତିଶତ ସହ ବିଜେବି କଲେଜ ରହିଛି ପ୍ରଥମ ସ୍ଥାନରେ ।

ପ୍ରକାଶ ପାଇଲା +2 ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ

ମୋଟ 35 ହଜାର 591 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଏମାନଙ୍କ ମଧ୍ୟରୁ କଳାରେ 28 ହଜାର 181, ବାଣିଜ୍ୟରେ 2 ହଜାର 64, ବିଜ୍ଞାନରେ 4 ହଜାର 606 , ଧନ୍ଦାମୂଳକ ଶିକ୍ଷାରେ 371 ଓ ସଂସ୍କୃତରେ 369 ଜଣ ଛାତ୍ରଛାତ୍ରୀଙ୍କ ଚୟନ ହୋଇଛି। ତେବେ ଏମାନଙ୍କ ମଧ୍ୟରୁ 17 ହଜାର 806 ଜଣ ଛାତ୍ର ରହିଥିବା ବେଳେ ଛାତ୍ରୀ ଅଛନ୍ତି 17 ହଜାର 783 ଜଣ ।

ପ୍ରକାଶ ପାଇଲା +2 ଦ୍ୱିତୀୟ ପର୍ଯ୍ୟାୟ କଟ ଅଫ

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details