ଓଡିଶା

odisha

ETV Bharat / city

ସମସ୍ୟା ହେବନି ସିଟ୍, ଜୁଲାଇ 31 ସୁଦ୍ଧା ପ୍ରକାଶ ପାଇପାରେ +2 ରେଜଲ୍ଟ - ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ ସମସ୍ୟା ହେବନି, ଆବଶ୍ୟକ ସ୍ଥଳେ ସିଟ ବୃଦ୍ଧି ହେବ । ସେପଟେ ଜୁଲାଇ 31 ସୁଦ୍ଧା ଯୁକ୍ତ ଦୁଇ ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା । ଅଧିକ ପଢନ୍ତୁ...

ଜୁଲାଇ 31 ସୁଦ୍ଧା  ପ୍ରକାଶ ପାଇବ +2 ପରୀକ୍ଷା ଫଳ !
ଜୁଲାଇ 31 ସୁଦ୍ଧା ପ୍ରକାଶ ପାଇବ +2 ପରୀକ୍ଷା ଫଳ !

By

Published : Jun 28, 2021, 12:02 PM IST

ଭୁବନେଶ୍ବର:ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଜୁନ୍ 25ରେ ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ । ଯାହାକି ଇତିହାସରେ ପ୍ରଥମ ଥିଲା । ତେବେ ପାସ୍ କରିଥିବା ଛାତ୍ର ଛାତ୍ରୀଙ୍କ ତୁଳନାରେ ଯୁକ୍ତ 2 ସିଟ୍ ସଂଖ୍ୟା କମ ଥିବାରୁ ଏନେଇ ଦ୍ବନ୍ଦ ଉପୁଜିଥିଲା । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ ସମସ୍ୟା ହେବନି, ଆବଶ୍ୟକ ସ୍ଥଳେ ସିଟ ବୃଦ୍ଧି ହେବ ।

ସମସ୍ୟା ହେବନି ସିଟ୍, ଜୁଲାଇ 31 ସୁଦ୍ଧା ପ୍ରକାଶ ପାଇବ +2 ରେଜଲ୍ଟ !

6 ଲକ୍ଷ 3 ହଜାର 133 ସିଟ ଅଛି ନାମଲେଖା ପାଇଁ। ତା ବ୍ୟତୀତ କଲେଜକୁ ଆଧାର କରି ସିଟ ବୃଦ୍ଧି ହେବ। ଏହାସହ ଜୁଲାଇ 31 ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଁ ବିଭାଗ ଯୋଜନା କରୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ 31 ସୁଧା ପ୍ରକାଶ ପାଇଁ ବ୍ୟବସ୍ଥା ହେଉଛି। ପୂର୍ବରୁ ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ଫଳ ପ୍ରକାଶ ପାଇଁ ଘୋଷଣା କରାଯାଇଥିଲା।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details