ଓଡିଶା

odisha

ETV Bharat / city

ଅକ୍ଟୋବର 1ରୁ +2 ଅଫଲାଇନ ପରୀକ୍ଷା

ଆସନ୍ତା ଅକ୍ଟୋବର ୧ ତାରିଖରୁ ଯୁକ୍ତ ୨ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ...

ଅକ୍ଟୋବର 1ରୁ +2 ଅଫଲାଇନ ପରୀକ୍ଷା
ଅକ୍ଟୋବର 1ରୁ +2 ଅଫଲାଇନ ପରୀକ୍ଷା

By

Published : Sep 14, 2021, 6:49 PM IST

ଭୁବନେଶ୍ବର:ଆସନ୍ତା ଅକ୍ଟୋବର 1ରୁ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । 1ରୁ 11 ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । କୋଭିଡ଼ କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଅଫଲାଇନ ପରୀକ୍ଷା ପାଇଁ ଆବେଦନ କରିଛନ୍ତି 13 ହଜାର 43 ଜଣ ଛାତ୍ରଛାତ୍ରୀ । ଅକ୍ଟୋବର 1 ତାରିଖରୁ 11 ତାରିଖ ପର୍ଯ୍ୟନ୍ତ ଅଫଲାଇନ ପରୀକ୍ଷା ହେବ ବୋଲି ଜଣାପଡ଼ିଛି । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ରବିବାର ମଧ୍ୟ ପରୀକ୍ଷା କରାଯିବ। ଏହି ପରୀକ୍ଷାରେ 2ଟି ଇଲେକ୍ଟିଭ ସବଜେକ୍ଟ ଏବଂ ମାତୃଭାଷାରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି ।

ଯୁକ୍ତ ୨ ଅଫଲାଇନ ପରୀକ୍ଷା ପାଇଁ ସେପ୍ଟେମ୍ବର ୨ ତାରିଖରୁ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେପ୍ଟେମ୍ବର ୨ ତାରିଖରୁ ସେପ୍ଟେମ୍ବର ୯ ତାରିଖ ପର୍ଯ୍ୟନ୍ତ ଦିନ ୨ଟା ପରେ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ତେବେ ଛାତ୍ରଛାତ୍ରୀ ନିଜ କଲେଜରେ ଅଫଲାଇନ ପରୀକ୍ଷା ଦେଇପାରିବେ ନାହିଁ ବୋଲି CHSE ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details