ଭୁବନେଶ୍ବର: ଆଜିଠୁ(ସୋମବାର)ଯୁକ୍ତ 2 କଳା ଓ ଧନ୍ଦାମୂଳକ ପରୀକ୍ଷା ଖାତାର ଅଫଲାଇନ ମୂଲ୍ୟାଙ୍କନ ଆରମ୍ଭ ହୋଇଛି । 66 ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ହେବାକୁ ଥିବାବେଳେ 17ଟି କେନ୍ଦ୍ରରେ ଖାତାଦେଖା ଚାଲିଛି । ଯେଉଁଥିଲାଗି ପ୍ରାୟ 11 ହଜାର ଅଧ୍ୟାପକ ନିୟୋଜିତ ହୋଇଛନ୍ତି ।
ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟ ଖାତାର ଇ ମୂଲ୍ୟାଙ୍କନ ଚାଲିଥିବାବେଳେ ଆଜିଠୁ ଏହି ଦୁଇ ବିଷୟର ଖାତାଦେଖା ଆରମ୍ଭ ହୋଇଛି । ତେବେ ପ୍ରଥମେ କଳା ବିଭାଗର ମୂଲ୍ୟାଙ୍କନ କରାଯିବ । ପରେ ଧନ୍ଦାମୂଳକ ଶିକ୍ଷାର ଖାତାଦେଖା ହେବ ।