ଓଡିଶା

odisha

ETV Bharat / city

ନୂଆ ପଦ୍ଧତିରେ ଯୁକ୍ତ ଦୁଇ ପରୀକ୍ଷା; ଦୁଇ ବର୍ଷରେ 6 ଇଣ୍ଟରନାଲ, 2 ବାର୍ଷିକ ପରୀକ୍ଷା - ନୂଆ ଶିକ୍ଷା ନୀତି

ନୂଆ ପଦ୍ଧତିରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇରେ ଲାଗୁ ହେଲା ନୂଆ ଶିକ୍ଷା ନୀତି । ଦୁଇ ବର୍ଷ ମଧ୍ୟରେ 6ଟି ଇଣ୍ଟରନାଲ୍ ଏବଂ ଦୁଇଟି ବାର୍ଷିକ ପରୀକ୍ଷା ଦେବେ ବିଦ୍ୟାର୍ଥୀ । ଅଧିକ ପଢନ୍ତୁ...

ନୂଆ ପଦ୍ଧତିରେ ହେବ ଯୁକ୍ତ ଦୁଇ ପରୀକ୍ଷା; ଦୁଇ ବର୍ଷରେ 6 ଇଣ୍ଟରନାଲ, 2 ବାର୍ଷିକ ପରୀକ୍ଷା
ନୂଆ ପଦ୍ଧତିରେ ହେବ ଯୁକ୍ତ ଦୁଇ ପରୀକ୍ଷା; ଦୁଇ ବର୍ଷରେ 6 ଇଣ୍ଟରନାଲ, 2 ବାର୍ଷିକ ପରୀକ୍ଷା

By

Published : Oct 3, 2021, 9:55 AM IST

Updated : Oct 3, 2021, 12:25 PM IST

ଭୁବନେଶ୍ବର: ନୂଆ ପଦ୍ଧତିରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇରେ ଲାଗୁ ହେଲା ନୂଆ ଶିକ୍ଷା ନୀତି । ଦୁଇ ବର୍ଷ ମଧ୍ୟରେ 6 ଟି ଇଣ୍ଟରନାଲ୍ ଏବଂ ଦୁଇଟି ବାର୍ଷିକ ପରୀକ୍ଷା ଦେବେ ବିଦ୍ୟାର୍ଥୀ । ପ୍ରତି ୩ ମାସରେ ୨୦ ଅଙ୍କ ବିଶିଷ୍ଟ ଗୋଟିଏ ଲେଖାଁଏ ଇଣ୍ଟରନାଲ ପରୀକ୍ଷା କରାଯିବ। ଏହି ପରୀକ୍ଷାରେ କିପରି ପ୍ରଶ୍ନ ଆସିବ ତାହା ମଧ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ତେବେ କୌଣସି କାରଣବଶତଃ ବାର୍ଷିକ ପରୀକ୍ଷା ହୋଇନପାରିଲେ ଇଣ୍ଟରନାଲ ପରୀକ୍ଷାର ମାର୍କକୁ ହିସାବକୁ ନିଆଯିବ। ଏନେଇ ରାଜ୍ୟ ସରକାରଙ୍କର ମୋହର ବାଜିଛି।

ଚଳିତବର୍ଷରୁ ଲାଗୁ ହେବ ଏହି ନିୟମ। ପ୍ରଥମ ବର୍ଷର ବାର୍ଷିକ ପରୀକ୍ଷା ମଧ୍ୟ ମହାବିଦ୍ୟାଳୟ ସ୍ତରରେ ହେବ। ଶେଷ ବର୍ଷର ବାର୍ଷିକ ପରୀକ୍ଷା ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କରିବ । କଲେଜସ୍ତରରେ ହେଉଥିବା ପରୀକ୍ଷା ଫଳକୁ ଅନଲାଇନ ସଂସ୍କାର ନୀତିରେ ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଯେଭଳି ଭବିଷ୍ୟତରେ ମହାମାରୀ ଭଳି କୌଣସି ପରିସ୍ଥିତିରେ ମଧ୍ୟ କିଛି ଅସୁବିଧା ନହୁଏ। ତିନି ମାସକୁ ଥରେ ଇଣ୍ଟରନାଲ ପରୀକ୍ଷା ହେବ। କୌଣସି କାରଣରୁ ପରୀକ୍ଷା ବାତିଲ ହେଲେ ଇଣ୍ଟରନାଲ ପରୀକ୍ଷା ଆଧାରରେ ମାର୍କ ଦିଆଯିବ।

ଏହି ପରୀକ୍ଷାରେ କିପରି ପ୍ରଶ୍ନ ଆସିବ ତାହା ମଧ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏପରି ପରୀକ୍ଷା ସ୍ପଷ୍ଟ କରାଯାଇଛି। ତେବେ ଚଳିତ ଶିକ୍ଷା ବର୍ଷଠାରୁ ଏହି ଢ଼ାଞ୍ଚାରେ ପରୀକ୍ଷା କରାଯିବ ବୋଲି ଜଣାପଡିଛି। ପ୍ରଥମ ବର୍ଷରେ ପଢିଥିବା ବିଷୟ ଦ୍ବିତୀୟ ବର୍ଷରେ ଆସିବ ନାହିଁ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 3, 2021, 12:25 PM IST

ABOUT THE AUTHOR

...view details