ଓଡିଶା

odisha

ETV Bharat / city

ପରୀକ୍ଷା କେନ୍ଦ୍ର ଫିକ୍ସିଂ ପ୍ରସଙ୍ଗ; ଓଏଚଆରସି ନିକଟରେ ହାଜର ହେବ ସିଏଚଏସଇ - chse will be present in ohrc tomorrow

ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଫିକ୍ସିଂ ପ୍ରସଙ୍ଗରେ ଆସନ୍ତାକାଲି ଓଏଚଆରସି ନିକଟରେ ହାଜର ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) । ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଅଭିଭାବକ ସଂଘ, ଓଏଚଆରସି ନିକଟରେ ଫେରାଦ ହୋଇଥିଲେ ।

plus 2 exam center
ପରୀକ୍ଷା କେନ୍ଦ୍ର ଫିକ୍ସିଂ ପ୍ରସଙ୍ଗ ; ଓଏଚଆରସି ନିକଟରେ ହାଜର ହେବ ସିଏଚଏସଇ

By

Published : Feb 16, 2020, 11:15 PM IST

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଫିକ୍ସିଂ ପ୍ରସଙ୍ଗରେ ଆସନ୍ତାକାଲି ଓଏଚଆରସି ନିକଟରେ ହାଜର ହେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ପରୀକ୍ଷା କେନ୍ଦ୍ର ଚୟନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଅଭିଭାବକ ସଂଘ, ଓଏଚଆରସି ନିକଟରେ ଫେରାଦ ହୋଇଥିଲେ ।

ପରୀକ୍ଷା କେନ୍ଦ୍ର ଫିକ୍ସିଂ ପ୍ରସଙ୍ଗ ; ଓଏଚଆରସି ନିକଟରେ ହାଜର ହେବ ସିଏଚଏସଇ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରକୁ ନେଇ ବର୍ଷ ଆରମ୍ଭରୁ ବିଭ୍ରାଟ ଦେଖାଯାଇଛି। ପରୀକ୍ଷା କେନ୍ଦ୍ରକୁ ନେଇ ଅଙ୍କକସା ଚାଲିଥିବାବେଳେ କିଛି କର୍ମଚାରୀ ଏଥିରେ ସମ୍ପୃକ୍ତି ରହି ଟଙ୍କା କାରବାର କରି ପରୀକ୍ଷା କେନ୍ଦ୍ର ଫିକ୍ସି କରୁଥିବା ଅଭିଯୋଗ ହୋଇଛି।

ଏହି ଘଟଣାକୁ ନେଇ ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ ଫେବୁଆରୀ 11 ତାରିଖରେ ରାଜ୍ୟ ମାନବାଧିକାରଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ। ସେପଟେ ଏନେଇ ଆଜି ଉଚ୍ଚ ଶିକ୍ଷା ବିଭାଗର ଏକ ଜରୁରୀକାଳୀନ ବୈଠକ ବସିଛି। ଯେଉଁଥିରେ କାଲି ପାଇଁ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details