ଓଡିଶା

odisha

ETV Bharat / city

ପ୍ରକାଶ ପାଇଲା ଯୁକ୍ତ ଦୁଇ ମେଧା ତାଲିକା, ଆସନ୍ତାକାଲି ଠାରୁ ନାମଲେଖା - Ravenshaw

ପ୍ରକାଶ ପାଇଲା +୨ କଟ୍‌ଅଫ୍‌ ମାର୍କ ; ଆଗରେ ରେଭେନ୍ସା ଜୁନିୟର କଲେଜ
ପ୍ରକାଶ ପାଇଲା +୨ କଟ୍‌ଅଫ୍‌ ମାର୍କ ; ଆଗରେ ରେଭେନ୍ସା ଜୁନିୟର କଲେଜ

By

Published : Sep 13, 2021, 12:03 PM IST

Updated : Sep 13, 2021, 4:25 PM IST

11:56 September 13

ପ୍ରକାଶ ପାଇଲା ଯୁକ୍ତ ଦୁଇ ମେଧା ତାଲିକା, ଆସନ୍ତାକାଲି ଠାରୁ ନାମଲେଖା

ପ୍ରକାଶ ପାଇଲା ଯୁକ୍ତ ଦୁଇ ମେଧା ତାଲିକା, ଆସନ୍ତାକାଲି ଠାରୁ ନାମଲେଖା

ଭୁବନେଶ୍ବର:ପ୍ରକାଶ ପାଇଲା ଯୁକ୍ତ ଦୁଇ ମେଧା ତାଲିକା, ଆସନ୍ତାକାଲି ଠାରୁ ନାମଲେଖା । ସବୁଠୁ ଆଗରେ କଟ ଅଫରେ ରହିଛି ରେଭେନ୍ସା ଜୁନିୟର କଲେଜ । ଏନେଇ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକ ବିକାଶ ମହାପାତ୍ର ସୂଚନା ଦେଇଛନ୍ତି ।

ଯୁକ୍ତ ଦୁଇ ନାମଲେଖା ପାଇଁ 4 ଲକ୍ଷ 35 ହଜାର 92 ଜଣ ଆବେଦନ କରିଥିଲେ । ସେଥିମଧ୍ୟରୁ 3 ଲକ୍ଷ 86 ହଜାର 464 ଜଣ ସିଲେକ୍ସନ ହୋଇଛନ୍ତି। କଳାରେ 2 ଲକ୍ଷ 47 ହଜାର 906 ଜଣ , ବାଣିଜ୍ୟରେ 24 ହଜାର 560, ସଂସ୍କୃତରେ 7 ହଜାର 592, ବିଜ୍ଞାନରେ 1 ଲକ୍ଷ 737 ଜଣ, ଧନ୍ଦାମୂଳକ ଶିକ୍ଷାରେ 5 ହଜାର 669 ଜଣ ପ୍ରଥମ ପର୍ଯ୍ୟାୟରେ ସିଲେକ୍ସନ ହୋଇଛନ୍ତି ।

ତେବେ କଳା ବିଭାଗରେ ଟପ 10 ମଧ୍ୟରେ ରହିଛି ଆଗରେ ରେଭେନ୍ସା ଜୁନିୟର କଲେଜ । ଜେନେରାଲ ରେ 79.3, ଏସଟିରେ 68.5, ଏସସିରେ 61.33 କଟ ଅଫ ରହିଛି। ଦ୍ବିତୀୟରେ ରହିଛି ବିଜେବି ଜୁନିୟର କଲେଜ। ଜେନେରାଲ ରେ 78, ଏସଟିରେ 69.5, ଏସସିରେ 64 କଟ ଅଫ ରହିଛି। ତୃତୀୟରେ ରାଉରକେଲା ଜୁନିୟର କଲେଜରେ ଜେନେରାଲରେ 75, ଏସଟିରେ 64.5, ଏସସିରେ 70 କଟ ଅଫ ରହିଛି । ସେହିଭଳି ପଛକୁ ପଛ ଶୈଳବାଳା ମହିଳା କଲେଜ, ଭଦ୍ରକ ଜୁନିୟର କଲେଜ, ଏଫଏମ କଲେଜ ବାଲେଶ୍ବର, ରମାଦେବୀ ମହିଳା ଜିନିୟର କଲେଜ, ଯାଜପୁରର ନୃସିଂହ ଚୌଧୁରୀ କଲେଜ, ବଲାଙ୍ଗୀରର ରାଜେନ୍ଦ୍ର ଜୁନିୟର କଲେଜ ଏବଂ ଭୁବନେଶ୍ବରର ରାଜଧାନୀ ଜୁନିୟର କଲେଜରେ ଜେନେରାଲରେ  73.17, ଏସଟିରେ 64.67, ଏସସିରେ 62 କଟ ଅଫ ମାର୍କ ରହିଛି ।

ବାଣିଜ୍ୟ ବିଭାଗରେ ରେଭେନ୍ସା ଜୁନିୟର କଲେଜରେ ଜେନେରାଲ ବର୍ଗରେ 82, ଏସଟି ବର୍ଗରେ 66.83, ଏସସି  ବର୍ଗରେ 34.17 ରହିଛି । ରାଉରକେଲା ସରକାରୀ ଜୁନିୟର କଲେଜରେ ରହିଛି ଜେନେରାଲ ବର୍ଗରେ 80.83, ଏସଟି ବର୍ଗରେ 65.83, ଏସସି ବର୍ଗରେ 70.33। ଶୈଳବାଳା ମହିଳା ଜୁନିୟର କଲେଜରେ ଜେନେରାଲ ବର୍ଗରେ 77.67, ଏସଟି ବର୍ଗରେ 57.5, ଏସସି ବର୍ଗରେ 34.17 କଟ ଅଫ ମାର୍କ ରହିଛି। ପଛକୁ ପଛ ରହିଛି ବିଜେବି ଜୁନିୟର କଲେଜ, ଜିରଲ ଜୁନିୟର କଲେଜ, ରାଉରକେଲାର ମ୍ୟୁନିସପାଲଟି ଜୁନିୟର କଲେଜ, ଜେକେବିକେ ଜୁନିୟର କଲେଜ, ରାଜଧାନୀ ଜୁନିୟର କଲେଜ, ଖଲ୍ଲିକୋଟ ଜୁନିୟର କଲେଜ ଏବଂ ବ୍ରାହ୍ମପୁରର ଶଶୀ ଭୂଷଣ ରଥ ସରକାରୀ ମହିଳା ଜୁନିୟର କଲେଜରେ ଜେନେରାଲରେ 71.67, ଏସଟି ରେ 46.5, ଏସସି ରେ 33 ପ୍ରତିଶତ କଟ ଅଫ ମାର୍କ ରହିଛି।

ବିଜ୍ଞାନ ବିଭାଗରେ ରେଭେନ୍ସା ଜୁନିୟର କଲେଜରେ ଜେନେରାଲ ବର୍ଗରେ 92.33, ଏସଟି ରେ 84.67, ଏସସି ରେ 73.5 କଟ ଅଫ ରହିଥିବା ବେଳେ ବିଜେବି ଜୁନିୟର କଲେଜ ରେ ଜେନେରାଲ ବର୍ଗରେ 90.67, ଏସଟି ରେ 83.83, ଏସସି ରେ 77.2। ବ୍ରହ୍ମପୁର ର ସରସ୍ୱତୀ ବିଦ୍ୟା ମନ୍ଦିର ଜୁନିୟର କଲେଜ ଜେନେରାଲ ରେ 87.83, ଏସଟି ରେ 53.33, ଏସସି ରେ 62.6 । ସେହିଭଳି ପଛକୁ ପଛ ରହିଛି ସୋର ର ଉପେନ୍ଦ୍ରନାଥ ଜୁନିୟର କଲେଜ, ଏଫ ଏମ ଜୁନିୟର କଲେଜ, ଭୁବନେଶ୍ୱର ର ବେସିକ ସାଇନ୍ସ କଲେଜ, ନୟାଗଡ ସରକାରୀ ଜୁନିୟର କଲେଜ, ଜେକେବିକେ ଜୁନିୟର କଲେଜ, ଖାଲିକୋଟ ଜୁନିୟର କଲେଜ, ରମାଦେବୀ ମହିଳା ଜୁନିୟର କଲେଜ ର ଜେନେରାଲ ବର୍ଗରେ 84.67, ଏସଟି  ବର୍ଗରେ 72.67, ଏସସି ବର୍ଗରେ 70.17 ପ୍ରତିଶତ କଟ ଅଫ ମାର୍କ ରହିଛି । ତେବେ ଆସନ୍ତାକାଲି ଠାରୁ 21 ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ର ପ୍ରଥମ ପର୍ଯ୍ୟାୟର ଆଡମିଶନ ଆରମ୍ଭ ହେବ। 27 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟର ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର 29 ତାରିଖରୁ ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ଆଡମିଶନ ହେବ ବୋଲି କହିଛନ୍ତି  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦେଶକ ବିକାଶ ମହାପାତ୍ର।

ଅନ୍ୟପଟେ ମହର୍ଷି ଜୁନିୟର କଲେଜର ପ୍ରିନ୍ସିପାଲ ଅଦ୍ବେତ ପ୍ରସାଦ ସାମଲ କହିଛନ୍ତି  କୋରୋନା ମହାମାରୀ ଏସଓପି ଅନୁଯାୟୀ ନାମଲେଖା କାର୍ଯ୍ୟ କରାଯିବ। ଅନ୍ୟପଟେ ଏହା ଛଡା ଗୋଟିଏ ଦିନ ରେ 90 ଜଣ ପିଲାଙ୍କୁ ନାମ ଲେଖିବାର ବ୍ୟବସ୍ଥା କରାଯାଇଛି। ଏହି ପିଲାଙ୍କ ପାଇଁ 3 ରି ଟିମ ଗଠନ ହୋଇଛି। ଦୁଇଟି ସେକ୍ସନ ରେ ଟିମ କରାଯାଇଛି। ଯାହା କୌଣସି ଅସୁବିଧା ରେ ଯେପରି ପିଲାମାନେ ନପଡନ୍ତି। ପିଲାଙ୍କ ନାମ ଲେଖା ପାଇଁ ବଡ ବଡ ହଲ ରେ ନାମ ଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ଗୋଟିଏ ଘଣ୍ଟାରେ ଯେଭଳି 15 ଜଣ ପିଲା ଆଡମିଶନ ହେବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 13, 2021, 4:25 PM IST

ABOUT THE AUTHOR

...view details