ଭୁବନେଶ୍ବର:ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ । ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ www.samsodisha.gov.in ୱେବସାଇଟରେ ଅଗଷ୍ଟ ୧୦ ଯାଏଁ ଆବେଦନ କରିପାରିବେ । ଅଗଷ୍ଟ ୧୭ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।
ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ
ଆଜି ଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ । ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ
ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆବେଦନ
ସୂଚନା ଅନୁଯାୟୀ, ଗତବର୍ଷ ସାରା ରାଜ୍ୟରେ ପ୍ରାୟ 55 ହଜାର ସିଟ୍ ବୃଦ୍ଧି କରାଯାଇଛି । ଫଳରେ ଯୁକ୍ତ ଦୁଇ ଆଡମିଶନ୍ ପାଇଁ ଏବେ ପାଖାପାଖି 5 ଲକ୍ଷ ସିଟ୍ ଉପଲବ୍ଧ ହୋଇଛି । ଏଥର ସଂଖ୍ୟାଧିକ ଛାତ୍ରଛାତ୍ରୀ ମାଟ୍ରିକରେ ପାସ୍ କରିଛନ୍ତି । କଳାରେ 38 ହଜାର ସିଟ୍ ବୃଦ୍ଧିକୁ ଅନୁମତି ମିଳିଥିଲା । ସେହିଭଳି ବିଜ୍ଞାନରେ 13 ହଜାର ଓ ବାଣିଜ୍ୟରେ 3 ହଜାର 900 ସିଟ୍ ବୃଦ୍ଧି କରାଯାଇଥିଲା । ଏହାପରେ ମୋଟ ସିଟ୍ ସଂଖ୍ୟା 40ଲକ୍ଷ 98 ହଜାର 254ରେ ପହଞ୍ଚିଥିଲା ।
ଇଟିଭି ଭାରତ, ଭୁବନେଶ୍ବର