ଓଡିଶା

odisha

ETV Bharat / city

ଆଜି ଆସିବ ଯୁକ୍ତ ଦୁଇ ପ୍ରଥମ ମେରିଟ ଲିଷ୍ଟ

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ମେରିଟ୍ ଲିଷ୍ଟ । ପୂର୍ବାହ୍ନ 11ଟାରେ ସାମସ୍ ୱେବସାଇଟରେ କଟ୍ ଅଫ୍ ମାର୍କ ଉପଲବ୍ଧ ହେବ । ଅଧିକ ପଢନ୍ତୁ...

+2, +2 1st merit list, council of higher secondary education, bhubaneswar latest news, ଯୁକ୍ତ ଦୁଇ, ଯୁକ୍ତ ଦୁଇ ମେରିଟ ଲିଷ୍ଟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ଆଜି ଆସିବ ଯୁକ୍ତ ଦୁଇ ପ୍ରଥମ ମେରିଟ ଲିଷ୍ଟ

By

Published : Sep 18, 2020, 8:58 AM IST

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପ୍ରଥମ ମେରିଟ୍ ଲିଷ୍ଟ । ପୂର୍ବାହ୍ନ 11ଟାରେ ସାମସ୍ ୱେବସାଇଟରେ କଟ୍ ଅଫ୍ ମାର୍କ ଉପଲବ୍ଧ ହେବ । ପ୍ରଥମ ମେରିଟ ଲିଷ୍ଟରେ ଆସିଥିବା ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର 21ରୁ 26 ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ । ସେପଟେ ଅକ୍ଟୋବର 3ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଏନେଇ ଛାତ୍ରଛାତ୍ରୀମାନେ ତାଲିକା ମୁତାବକ 5ରୁ 7 ତାରିଖ ଭିତରେ ନାମଲେଖାଇ ପାରିବେ ।

ପରେ ଅକ୍ଟୋବର 15ରେ ସ୍ପଟ୍ ଆଡମିଶନ ପାଇଁ ତାଲିକା ପ୍ରକାଶ ପାଇବ । ଅକ୍ଟୋବର 17 ତାରିଖ ସୁଦ୍ଧା ଏଥିପାଇଁ ନାମଲେଖା ପ୍ରକ୍ରିୟା ଶେଷ ହେବ । ସୂଚନା ଅନୁଯାୟୀ ଚଳିତବର୍ଷ ରାଜ୍ୟର 2 ହଜାର 28ଟି କଲେଜରେ 4 ଲକ୍ଷ 53 ହଜାର 643ଟି ସିଟରେ ନାମଲେଖା ହେବ । ଏନେଇ ସମସ୍ତ ଯୁକ୍ତ ଦୁଇ କଲେଜକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡଲାଇନରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details