ଓଡିଶା

odisha

ETV Bharat / city

କୋରୋନାକୁ ମାତ ଦେବା ପାଇଁ ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି - ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି

plasma-therapy-to-be-launched-in-odisha-health-minister
ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି: ସ୍ବାସ୍ଥ୍ୟମନ୍ତ୍ରୀ

By

Published : Jul 2, 2020, 5:18 PM IST

Updated : Jul 2, 2020, 6:18 PM IST

17:13 July 02

ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି: ସ୍ବାସ୍ଥ୍ୟମନ୍ତ୍ରୀ

କୋରୋନାକୁ ମାତ ଦେବା ପାଇଁ ଓଡିଶାରେ ଆରମ୍ଭ ହେବ ପ୍ଲାଜମା ଥେରାପି

ଭୁବନେଶ୍ବର: ରାଜ୍ୟରେ କୋରୋନା ଚିକିତ୍ସା ପାଇଁ ପ୍ଲାଜମା ଥେରାପି ପଦ୍ଧତି ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ଲୋକସେବା ଭବନରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି ।  

ତେବେ ଚିକିତ୍ସା ପଦ୍ଧତି ନିରୁପଣ ଓ ଏହାର ସଫଳର ରୂପାୟନ ପାଇଁ ପ୍ରଥମେ ଏକ ବୈଷୟିକ କମିଟି ଗଠନ କରିବା ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚିକିତ୍ସା ପଦ୍ଧତିରେ ସଫଳ ରୂପାୟନ ନିମନ୍ତେ ଏକ ମାର୍ଗଦର୍ଶିକା ପ୍ରସ୍ତୁତି ହୋଇ ଜନ ସଚେତନତା ସୃଷ୍ଟି ଓ ଏଥିରେ କେଉଁ ରୋଗୀ ଉପକୃତ ହେବେ ସେ ସମ୍ପର୍କରେ କମିଟି ନିର୍ଦ୍ଦିଷ୍ଟ ତଥ୍ୟ ସରକାରଙ୍କୁ ପ୍ରଦାନ କରିବ ।  

ଏହି ଚିକିତ୍ସା ଉପଲବ୍ଧ ନିମନ୍ତେ ରାଜ୍ୟର ପ୍ରମୁଖ 4 ହସ୍ପିଟାଲ ଚୟନ କରାଯାଇଛି । କଟକ ଏସିବି ମେଡିକାଲ, ଅଶ୍ଵିନ ହସ୍ପିଟାଲ ଓ ଭୁବନେଶ୍ବର ସମ୍ ଓ କିମ୍ସ ହସ୍ପିଟାଲରେ ପ୍ଲାଜମା ଥେରାପି ଆରମ୍ଭ ନେଇ ଯୋଜନା ହୋଇଛି । ସେହିପରି ଏଠାରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ସୋଆ କୂଳପତି ଅଶୋକ ମହାପାତ୍ର, ଡ.ସୁବ୍ରତ ଆଚାର୍ଯ୍ୟ , ଡା. ସିବିକେ ମାହାନ୍ତି , RmRcର ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।  

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,  ତପନ କୁମାର ଦାଶ, ଇଟିଭି ଭାରତ 

Last Updated : Jul 2, 2020, 6:18 PM IST

ABOUT THE AUTHOR

...view details