ଓଡିଶା

odisha

By

Published : May 18, 2021, 4:32 PM IST

ETV Bharat / city

କୋରୋନା ଚିକିତ୍ସାରେ ଏତେଟା ଫଳପ୍ରଦ ହେଉନି ପ୍ଲାଜମା ଥେରାପି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ପ୍ଲାଜମା ଥେରାପି ବନ୍ଦ ପ୍ରସଙ୍ଗରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୂର୍ବରୁ ମଧ୍ୟ କୋରୋନା ଚିକିତ୍ସାରେ ଏତେଟା ଫଳପ୍ରଦ ହେଉନଥିଲା ପ୍ଲାଜମା ଥେରାପି। ଅଧିକ ପଢନ୍ତୁ...

କୋରୋନା ଚିକିତ୍ସାରେ ଏତେ ଫଳପ୍ରଦ ହେଉନି ପ୍ଲାଜମା ଥେରାପି’
କୋରୋନା ଚିକିତ୍ସାରେ ଏତେ ଫଳପ୍ରଦ ହେଉନି ପ୍ଲାଜମା ଥେରାପି’

ଭୁବନେଶ୍ବର: ପ୍ଲାଜମା ଥେରାପି ବନ୍ଦ ପ୍ରସଙ୍ଗରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ । ପୂର୍ବରୁ ମଧ୍ୟ କୋରୋନା ଚିକିତ୍ସାରେ ଏତେଟା ଫଳପ୍ରଦ ହେଉନଥିଲା ପ୍ଲାଜମା ଥେରାପି। ଏହି ସମୟରେ ଯେଉଁଟା ଚିକିତ୍ସାରେ ଆବଶ୍ୟକତା ଅଧିକ ରହୁଛି ତାହାର ଉପରେ ଫୋକସ୍ କରାଯିବା ଆବଶ୍ୟକ। କିଛି ମାସ ତଳେ ICMR କହିଥିଲା ଯେ ପ୍ଲାଜମା ଥେରାପିରେ କିଛି ଲାଭ ହେଉନାହିଁ।

କୋରୋନା ଚିକିତ୍ସାରେ ଏତେ ଫଳପ୍ରଦ ହେଉନି ପ୍ଲାଜମା ଥେରାପି’

ଯଦି ପ୍ଲାଜାମା ଥେରାପି ଦିଆଯିବ ତେବେ 7 ଦିନ ମଧ୍ୟରେ ଦିଆଯିବ। ପ୍ଲାଜାମା ଥେରାପିକୁ ବନ୍ଦ କରିଦିଆଯାଇଛି, ଯାହାକୁ ସ୍ବାଗତ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ସୂଚନାନୁଯାୟୀ, କୋରୋନା ଚିକିତ୍ସା କ୍ଷେତ୍ରରେ ବନ୍ଦ ହୋଇଛି ପ୍ଲାଜମା ଥେରାପି । ଏମ୍ସ ଓ ICMR ଟାସ୍କଫୋର୍ସ ବୈଠକରେ ନିଆଯାଇଛି ନିଷ୍ପତି। ପୂର୍ବରୁ ଅନେକ ସମୟରେ ପ୍ଲାଜାମା ଥେରାପି ମାଧ୍ୟମରେ କୋରୋନା ଆକ୍ରାନ୍ତ ରୋଗୀଙ୍କୁ ପ୍ଲାଜମା ଦିଆଯାଉଥିଲା। ବର୍ତ୍ତମାନ ସମୟରେ ଏହାର କୌଣସି ଫଳପ୍ରଦ ହେଉନାହିଁ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details