ଓଡିଶା

odisha

ETV Bharat / city

ସବୁଜ ସୁନ୍ଦର ଭୁବନେଶ୍ବର ଲକ୍ଷ୍ୟରେ ସ୍ପର୍ଶ ହସ୍ପିଟାଲ - Sparsh hospital

‘ଫନି’ ରେ ରାଜଧାନୀରେ ଅନେକ ଗଛ ଉପୁଡି ନଷ୍ଟ ହୋଇ ଯାଇଛି । ଭୁବନେଶ୍ବର କିପରି ପୁଣି ହେବ ସବୁଜ ସୁନ୍ଦର ସେନେଇ ସ୍ପର୍ଶ ହସ୍ପିଟାଲ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Aug 9, 2019, 11:57 PM IST

ଭୁବନେଶ୍ବର: ବାତ୍ୟା ‘ଫନି’ ପରଠୁ ସବୁଜିମା ହରାଇଛି ସ୍ମାର୍ଟ ସିଟି ଭୁବନେଶ୍ବର । ତେଣୁ ଏହାକୁ ଫେରାଇବା ଲାଗି ଲାଗି ପଡିଛନ୍ତି ରାଜଧାନୀବାସୀ । ଭୁବନେଶ୍ବର କିପରି ସବୁଜ ସୁନ୍ଦର ଦେଖାଯିବ ସେନେଇ ସ୍ପର୍ଶ ହସ୍ପିଟାଲ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

‘ଫନି’ ରେ ରାଜଧାନୀରେ ଅନେକ ବୃକ୍ଷ ଭାଙ୍ଗି ନଷ୍ଟ ହୋଇ ଯାଇଛି । ଫଳରେ ପରିଶେଷ ନଷ୍ଟ ହେଉଛି । ଏ ସବୁ ଜିନିଷକୁ ଦୃଷ୍ଟିରେ ରଖି ଭୁବନେଶ୍ବର ସ୍ପର୍ଶ ହସ୍ପିଟାଲ ଓ ମାଆ ଖଣ୍ଡୁଆଳି ଉଠା ବ୍ୟବସାୟୀ ସଙ୍ଘ ତରଫରୁ ସହିଦ ନଗରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍ପିଟାଲର ସମସ୍ତ କର୍ମଚାରୀ ସହ ମାଆ ଖଣ୍ଡୁଆଳି ଉଠା ବ୍ୟବସାୟୀ ସଙ୍ଘର ବ୍ୟକ୍ତି ବୃନ୍ଦ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏଭଳି 500 କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସ୍ପର୍ଶ ହସ୍ପିଟାଲ ତରଫରୁ ସୂଚନା ମିଳିଛି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details