ଭୁବନେଶ୍ବର:ଯୋଜନା ଓ ସଂଯୋଜନ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ରାଜେନ୍ଦ୍ର ଢୋଲକିଆ । ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନେଇ ବିଭାଗୀୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ପ୍ରଥମ ବୈଠକ । ବିଭାଗ ତରଫରୁ ସର୍ବପ୍ରଥମେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ନୂତନ ମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ତା'ସହ ବିଭାଗର କାର୍ଯ୍ୟକାରୀ ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରେଇଛନ୍ତି ।
ରାଜ୍ୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତି ଏକ ମୁଖ୍ୟ କାର୍ଯ୍ୟ: ରାଜେନ୍ଦ୍ର ଢୋଲକିଆ - ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ
ଯୋଜନା ଓ ସଂଯୋଜନ ବିଭାଗର ନୂତନ ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ରାଜେନ୍ଦ୍ର ଢୋଲକିଆ। ବିଭାଗ ତରଫରୁ ସର୍ବପ୍ରଥମେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ନୂତନ ମନ୍ତ୍ରୀଙ୍କୁ ସ୍ବାଗତ କରିବା ସହ ବିଭାଗର କାର୍ଯ୍ୟ ଭିତରେ ଅବଗତ କରାଇଛନ୍ତି । ଅଧିକ ପଢନ୍ତୁ
ରାଜ୍ୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ଯୋଜନା ପ୍ରସ୍ତୁତି ଏକ ମୁଖ୍ୟ କାର୍ଯ୍ୟ । ବିଭାଗକୁ ଅଧିକ କ୍ରିୟାଶୀଳ କରିବା ସହ ବିଭାଗର ସୁନାମ ବଜାୟ ରଖିବା ପାଇଁ ସମସ୍ତ ଅଧିକାରୀଙ୍କର ସହଯୋଗ କାମନା କରି ମନ୍ତ୍ରୀ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଓଏସ୍ଡ଼ି ତଥା ସ୍ଵତନ୍ତ୍ର ଶାସନ ସଚିବ ଦେବେନ୍ଦ୍ର କୁମାର ଜେନା, ଅତିରିକ୍ତ ଶାସନ ସଚିବ ଚିତ୍ରସେନ ପଶାୟତ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକ ବିଜୟ କୁମାର ନନ୍ଦ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ଅଜିତ କୁମାର ମିଶ୍ର, ଅର୍ଥ ପରାମର୍ଶଦାତା ତଥା ସ୍ଵତନ୍ତ୍ର ଶାସନ ସଚିବ କସ୍ତୁରୀ ପ୍ରଧାନ, ପ୍ରମୁଖ ଉପସ୍ଥିତ ଥିଲେ ।