ଭୁବନେଶ୍ବର: ସରକାରଙ୍କ ଅନୁରୋଧକୁ ଏନଏଚଏଆଇ( ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ) କର୍ତ୍ତୃପକ୍ଷ ଅଗ୍ରାହ୍ୟ କରିଛନ୍ତି । ରଥଯାତ୍ରା ପାଇଁ ପିପିଲି ଟୋଲ ଗେଟକୁ ଦେୟ ମୁକ୍ତ କରିବାକୁ ସରକାର ଏନଏଚଏଆଇକୁ ଅନୁରୋଧ କରିଥିଲେ । ତେବେ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ଏନଏଚଏଆଇ କର୍ତ୍ତୃପକ୍ଷ ।
ଏପରି ଦିନ ମାନଙ୍କରେ ଟୋଲ ଫି ଆଦାୟକୁ ବନ୍ଦ କରିବାକୁ ଟୋଲ ଫି ରୁଲ୍ରେ ନଥିବା ଦର୍ଶାଇ ମନା କରିଦେଇଛନ୍ତି କର୍ତ୍ତୃପକ୍ଷ । ଏହା ସହ 2015 ମସିହାରୁ ଟୋଲ ଆଦାୟ କରାଯାଉଥିଲେ ମଧ୍ୟ ଏପରି କୌଣସି ବର୍ଷ ହୋଇନଥିବା କର୍ତ୍ତୃପକ୍ଷ ପୂର୍ତ୍ତ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି । ଫଳରେ ରଥଯାତ୍ରା, ବାହୁଡାଯାତ୍ରା ଓ ସୁନାବେଶ ଦିନ ପିପିଲି ଟୋଲ ଗେଟ୍ରେ ଦେୟ ମୁକ୍ତ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।