ଓଡିଶା

odisha

ETV Bharat / city

ବାପାଙ୍କୁ ବିଜୟ ଶ୍ରଦ୍ଧାଞ୍ଜଳୀ ଦେଲେ ରୁଦ୍ର, ସେଲିବ୍ରେସନ ନକରିବାକୁ କଲେ ନିବେଦନ

ବିଜୟୀ ହେବାପରେ ପ୍ରତିକ୍ରିୟା ଦେଇଛନ୍ତି ପିପିଲି ବିଧାୟକ ରୁଦ୍ର ମହାରଥୀ । କୋଭିଡ କଟକଣା ଯୋଗୁଁ କୌଣସି ପ୍ରକାର ସେଲିବ୍ରେସନ ନକରିବାକୁ ସେ ଅପିଲ୍‌ କରିଛନ୍ତି । ଏହାସହ ବିଜୟ ପାଇଁ ସେ ପିପିଲି ଓ ଡେଲାଙ୍ଗବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

By

Published : Oct 3, 2021, 7:42 PM IST

ବିଜୟ ପରେ ରୁଦ୍ରଙ୍କ ପ୍ରତିକ୍ରିୟା, ସେଲିବ୍ରେସନ ନକରିବାକୁ ଅପିଲ୍‌
ବିଜୟ ପରେ ରୁଦ୍ରଙ୍କ ପ୍ରତିକ୍ରିୟା, ସେଲିବ୍ରେସନ ନକରିବାକୁ ଅପିଲ୍‌

ଭୁବନେଶ୍ବର:ପିପିଲି ଉପନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ପରେ ବିଜେଡି କ୍ୟାମ୍ପରେ ଉତ୍ସବର ମାହୋଲ ରହିଛି । ସେପଟେ ବିଜୟୀ ହେବାପରେ ପ୍ରତିକ୍ରିୟା ଦେଇଛନ୍ତି ପିପିଲି ବିଧାୟକ ରୁଦ୍ର ମହାରଥୀ । କୋଭିଡ କଟକଣା ଯୋଗୁଁ କୌଣସି ପ୍ରକାର ସେଲିବ୍ରେସନ ନକରିବାକୁ ସେ ଅପିଲ୍‌ କରିଛନ୍ତି । ଏହାସହ ବିଜୟ ପାଇଁ ସେ ପିପିଲି ଓ ଡେଲାଙ୍ଗବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ବିଜୟ ପରେ ରୁଦ୍ରଙ୍କ ପ୍ରତିକ୍ରିୟା, ସେଲିବ୍ରେସନ ନକରିବାକୁ ଅପିଲ୍‌

ରୁଦ୍ର ମହାରଥୀ ଏକ ଭିଡିଓ ଜାରି କରି କହିଛନ୍ତି ଯେ, "ପିପିଲି ଓ ଡେଲାଙ୍ଗବାସୀଙ୍କୁ ଧନ୍ୟବାଦ । ମୁଁ ପ୍ରଥମରୁ କହିଥିଲି ଏହି ନିର୍ବାଚନ ମୋର ନୁହେଁ ପିପିଲିବାସୀଙ୍କ । ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଓ ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ଯୋଗୁଁ ଏସବୁ ସମ୍ଭବ ହୋଇ ପାରିଛି । ମୁଁ ନିମିତ୍ତ ମାତ୍ର । ବର୍ତ୍ତମାନ କୋଭିଡ କଟକଣା ଜାରି ରହିଛି । ଏଥିପାଇଁ କୌଣସି କର୍ମୀ ଦୟାକରି ସେଲିବ୍ରେସନ କରନ୍ତୁ ନାହିଁ ।"

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୨୦ ହଜାର ୬୦୭ ଭୋଟ୍‌ ବ୍ୟବଧାନରେ ମାତ୍‌ ଦେଇଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ଲଗାତାର ପ୍ରଥମ ରାଉଣ୍ଡ ଭୋଟ ଗଣତିରୁ ହିଁ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ଆଗୁଆ ରହିଥିଲେ ରୁଦ୍ର ମହାରଥୀ । ୯୨ ହଜାର ୮୧୦ ଖଣ୍ଡ ଭୋଟରେ ବାଜିମାତ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ।

ପିପିିଲି ଉପନିର୍ବାଚନରେ ବିଜେଡିକୁ ୫୩.୦୭ ପ୍ରତିଶତ ଭୋଟ୍‌ ମିଳିଥିବାବେଳେ ବିଜେପିକୁ ୪୧.୦୯ ପ୍ରତିଶତ ଭୋଟ ମିଳିଛି । ଅନ୍ୟପଟେ କଂଗ୍ରେସକୁ କେବଳ ୨.୦୪ ପ୍ରତିଶତ ଭୋଟ ମିଳିଛି । ପୂର୍ବରୁ ୨୦ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନରେ ରୁଦ୍ର ମହାରଥୀ ବିଜୟ ହାସଲ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲା ବିଜେଡି । ତେବେ ଶେଷରେ ବିଜେଡି କର୍ମୀଙ୍କ ଆଶା ପୂରଣ ହୋଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details