ଓଡିଶା

odisha

By

Published : Oct 5, 2021, 5:37 PM IST

ETV Bharat / city

‘ପଞ୍ଚାୟତ ନିର୍ବାଚନରେ ପଡିବ ନାହିଁ ପିପିଲି ଫଳାଫଳ ପ୍ରଭାବ, ଭଲ କରିବ BJP ’

ପଞ୍ଚାୟତ ନିର୍ବାଚନକୁ ନେଇ ବେଶ ଆଶାବାଦୀ ବିଜେପି। ନେତା ଓ କର୍ମୀ ପ୍ରସ୍ତୁତ । ଭଲ ପ୍ରଦର୍ଶନ କରିବା ନେଇ ଦମ୍ଭୋକ୍ତି ଦେଖାଇଲେ ଦଳୀୟ ବିଧାୟକ ଜୟନ୍ତ ଷଡଙ୍ଗୀ । ଅଧିକ ପଢନ୍ତୁ...

‘ପଞ୍ଚାୟତ ନିର୍ବାଚନରେ ପଡିବ ନାହିଁ ପିପିଲି ଫଳାଫଳ ପ୍ରଭାବ, ଭଲ କରିବ ବିଜେପି’
‘ପଞ୍ଚାୟତ ନିର୍ବାଚନରେ ପଡିବ ନାହିଁ ପିପିଲି ଫଳାଫଳ ପ୍ରଭାବ, ଭଲ କରିବ ବିଜେପି’

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି BJP । ପଞ୍ଚାୟତ ନିର୍ବାଚନ ଉପନିର୍ବାଚନ ପରି ଗୋଟିଏ ସ୍ଥାନରେ ହେବ ନାହିଁ ଯେ ସବୁ ନେତା ସେଠାରେ ଡେରା ପକାଇବେ । ପଞ୍ଚାୟତ ନିର୍ବାଚନ ରାଜ୍ୟବ୍ୟାପି ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ BJP କର୍ମକର୍ତ୍ତା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି BJP ନେତା ତଥା ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ।

ଜୟନ୍ତ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ସରପଞ୍ଚମାନେ ବିଭିନ୍ନ ଦୁର୍ନୀତିରେ ଲିପ୍ତ ରହି ବଦନାମ ହୋଇ ସାରିଲେଣି । ଚଳିତଥର ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ଫଳାଫଳ କରିବ । ସେହିପରି ନିକଟରେ ଯାଇଥିବା ପିପିଲି ଉପନିର୍ବାଚନର ପ୍ରଭାବ ମଧ୍ୟ ପଞ୍ଚାୟତ ନିର୍ବାଚନରେ ପଡିବ ନାହିଁ । ପିପିଲିରେ ବିଜେଡି କ୍ଷମତାରେ ଥିଲା ଏବେ ପୁଣି ଥରେ କ୍ଷମତାସୀନ ହେଇଛି। ଏହାର କୌଣସି ପ୍ରଭାବ ପଞ୍ଚାୟତ ନିର୍ବାଚନରେ ପଡିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଜୟନ୍ତ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details