ଓଡିଶା

odisha

ETV Bharat / city

PipilByPoll; ବିଜେଡି ଅଧିକ ମାର୍ଜିନରେ ଜିତିବ କହିଲେ ଗଣଶିକ୍ଷା ମନ୍ତ୍ରୀ - Bjd Candidate to win more to more margin

ପିପିଲି ଡେଲାଙ୍ଗବାସୀ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ତାଙ୍କର ବିଧାୟକ ଭାବେ ଦେଖିବାକୁ ଚାହିଁଛନ୍ତି । ତାଙ୍କୁ ଭୋଟ ଦେବାକୁ ଲୋକେ ବ୍ୟଗ୍ର ଥିଲେ । ତେଣୁ ବିଜେଡି ଗତ ନିର୍ବାଚନ ଠାରୁ ଅଧିକ ଭୋଟ ମାର୍ଜିନରେ ଜିତିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଅଧିକ ପଢନ୍ତୁ...

Samir Das
Samir Das

By

Published : Oct 1, 2021, 4:47 PM IST

ଭୁବନେଶ୍ବର: ପିପିଲି ଡେଲାଙ୍ଗବାସୀ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କୁ ତାଙ୍କର ବିଧାୟକ ଭାବେ ଦେଖିବାକୁ ଚାହିଁଛନ୍ତି । ତାଙ୍କୁ ଭୋଟ ଦେବାକୁ ଲୋକେ ବ୍ୟଗ୍ର ଥିଲେ । ବିଜେଡି ଗତ ନିର୍ବାଚନ ଠାରୁ ଅଧିକ ଭୋଟ ମାର୍ଜିନରେ ଜିତିବ । ଆଜି (ଶୁକ୍ରବାର) ଏମିତି ଢଙ୍ଗରେ ପିପିଲି ଉପ-ନିର୍ବାଚନକୁ ନେଇ ଆତ୍ମବିଶ୍ବାସ ବାଢିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।

PipilByPoll; ବିଜେଡି ଅଧିକ ମାର୍ଜିନରେ ଜିତିବ: ଗଣଶିକ୍ଷା ମନ୍ତ୍ରୀ

ଗଣମାଧ୍ୟମକୁ ସୂଚନା ଦେଇ ସମୀର କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା, ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ପାଇଁ ସରକାରଙ୍କ ପ୍ରତି ଜନସାଧାରଣଙ୍କ ଆସ୍ଥା ସୁଦୃଢ ହେଉଛି । ତେଣୁ ପିପିଲିରେ କିଛି ବ୍ୟତିକ୍ରମ ହେବ ନାହିଁ । ବିଜେଡି ପ୍ରାର୍ଥୀ ରେକର୍ଡ ମାର୍ଜିନ ଭୋଟରେ ବିଜୟୀ ହେବେ ।

ରାଜନୈତିକ ଦଳ ମାନେ ନିଜ ନିଜ ଆଶାକୁ ନେଇ ଅନେକ କିଛି କହିବେ । ତାହା ସମସ୍ତଙ୍କ ଅଧିକାର । ବିଜେଡିର ବିଜୟ ସେଠି ସୁନିଶ୍ଚିତ ଥିଲା । ଆମେ କେବଳ ଅଧିକ ଭୋଟ ମାର୍ଜିନକୁ ଅଗ୍ରାଧିକାର ଦେଇଥିଲୁ । ପିପିଲି ହେଉଛି ବିଜୁ ଜନତା ଦଳର ଗଡ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା, ସ୍ବଚ୍ଛ ଶାସନ ଓ ବିକାଶ ମୂଳକ କାମ ପାଇଁ ବିଜେଡି ପ୍ରାର୍ଥୀକୁ ଲୋକେ ଭୋଟ ଦେଇଛନ୍ତି ବୋଲି ସମୀର କହିଛନ୍ତି । ତେଣୁ ୨୦୧୯ ଠାରୁ ମଧ୍ୟ ବିଜେଡି ଅଧିକ ଭୋଟ ମାର୍ଜିନରେ ଜିତିବ । କିନ୍ତୁ କେତେ ଭୋଟ ମାର୍ଜିନରେ ଜିତିବ କେତେ ଭୋଟ କେଉଁଠୁ ଆସିଛି, କେଉଁଠି ଦଳ କ୍ଷତି ସହିଛି, ତାହା ନିର୍ବାଚନ ଫଳାଫଳ ଆସିଲେ ଜଣାପଡିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details