ଓଡିଶା

odisha

ETV Bharat / city

ପିନାକୀ ସଂସଦୀୟ ଦଳ ନେତା,  ଅଚ୍ୟୁତ ମୁଖ୍ୟ ସଚେତକ ନିଯୁକ୍ତ

ନବନିର୍ବାଚିତ ସାଂସଦଙ୍କୁ ନୂଆ ଦାୟିତ୍ବ । ପିନାକୀ ମିଶ୍ରଙ୍କୁ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ କରାଯାଇଥିବା ବେଳେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଲୋକସଭାରେ ବିଜେଡ଼ିର ମୁଖ୍ୟ ସଚେତକ ଭାବେ ନିଯୁକ୍ତ ପାଇଛନ୍ତି ।

By

Published : Jun 2, 2019, 8:30 PM IST

Updated : Jun 2, 2019, 8:41 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡ଼ିଆ

ଭୁବନେଶ୍ବର: ନବନିର୍ବାଚିତ ସାଂସଦଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଲୋକସଭାରେ ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଭାବେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଲୋକସଭାରେ ବିଜେଡ଼ିର ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରିଥିବା ବେଳେ ଅଭିନେତାରୁ ନେତା ପାଲଟିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଦଳର ଉପ-ମୁଖ୍ଯ ସଚେତକ ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ଦଳର ବରିଷ୍ଠ ନେତା ତଥା କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ବିଜେଡ଼ିର ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

ଭୁବନେଶ୍ବରରୁ ଅଜିତ କୁମାର ଦାଶ, ଇଟିଭି ଭାରତ

Last Updated : Jun 2, 2019, 8:41 PM IST

ABOUT THE AUTHOR

...view details