ଓଡିଶା

odisha

ETV Bharat / city

ସୁରକ୍ଷା ଚିନ୍ତା, ରାଜଧାନୀ ରାସ୍ତାରେ ସଚେତନ କରୁଛନ୍ତି ଦିବ୍ୟାଙ୍ଗ ମହିଳା - meet pranati swain

ଭୁବନେଶ୍ବରର ଜନଗହଳି ଟ୍ରାଫିକରେ ଲୋକଙ୍କୁ ଟ୍ରାଫିକ୍‌ର ନୂଆ ନିୟମ ସମ୍ପର୍କରେ ସଚେତନତା କରୁଛନ୍ତି ଦିବ୍ୟାଙ୍ଗ ମହିଳା । ପ୍ରଣତି ସ୍ବାଇଁ ନାମକ ଏହି ଦିବ୍ୟାଙ୍ଗ ମହିଳା ଜଣଙ୍କ ଲୋକଙ୍କୁ ସଚେତନତା କରିବା ସହ ଚକଲେଟ ଦେଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 18, 2019, 2:59 PM IST

ଭୁବନେଶ୍ବର: ଗାଡି ଦେଖିଲେ ଧାଇଁ ଯାଉଛନ୍ତି । ହେଲମେଟ ଠିକରେ ପିନ୍ଧି ନଥିବା ଲୋକର ଲକ୍‌ ସଜାଡି ଦେଉଛନ୍ତି । କେତେବେଳେ ହାତରେ ଚକଲେଟ ନେଇ ଦେଉଛନ୍ତି, ତ କେତେବେଳେ ଥାଙ୍କୟୁ କାର୍ଡ ଟେ ଦେଇ ସଚେତନ ଲୋକକୁ ଧନ୍ୟବାଦ ଜଣାଉଛନ୍ତି । ଭୁବନେଶ୍ବରର ଜନଗହଳି ଟ୍ରାଫିକ ଉପରେ ଦେଖିବାକୁ ମିଳିଛି ଏପରି ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ । ଯିଏ,କି ନୂଆ ମୋଟରଯାନ ନିୟମ ପରେ ଲୋକଙ୍କୁ ସଚେତନତା କରିବା ପାଇଁ ଅଣ୍ଟା ଭିଡିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନାଁ ତାଙ୍କର ପ୍ରଣତି ସ୍ବାଇଁ । ନିଜକୁ ଅଧିକ ସମୟ ସମାଜ ସେବାରେ ନିୟୋଜିତ କରନ୍ତି ସେ । ଟ୍ରାଫିକ ନିୟମ ଉଲଙ୍ଘନ ଯୋଗୁଁ କାହାର ଯେ ଜୀବନ ହାନି ନ ହେଉ ଅଥବା କେହି ଯେ ଅଧିକ ତଣ୍ଡ ନ ଗଣୁ ସେନେଇ ରାସ୍ତା ଉପରେ ବୁଲି ବୁଲି ସଚେତନତା କରୁଛନ୍ତି ସେ ।

ତାଙ୍କର ଏପରି ଇଛା ଶକ୍ତି ଦେଖି ଟ୍ରାଫିକ ସିଗନାଲରେ ତାଙ୍କୁ ବେଶ୍‌ ପ୍ରଶଂସା କରିଛନ୍ତି ସାଧାରଣ ଲୋକ । ଏପରିକି ଜଣେ ଦିବ୍ୟାଙ୍ଗ ମହିଳାଙ୍କର ଏପରି ସଚେତନତା ବାର୍ତ୍ତା ଲୋକଙ୍କର ହୃଦୟକୁ ବେଶ୍‌ ଛୁଇଁଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details