ଓଡିଶା

odisha

ETV Bharat / city

'ଚିତ୍ରବର୍ଣ୍ଣାଳି'ରେ ଶୋଭାପାଉଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ - 'ଚିତ୍ରବର୍ଣ୍ଣାଳି'ରେ ଶୋଭାପାଉଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ

ଲଳିତକଳା ଏକାଡେମୀ ପରିସରରେ ବାର୍ଷିକ ଫଟୋଚିତ୍ର ପ୍ରଦର୍ଶନୀ 'ଚିତ୍ରବର୍ଣ୍ଣାଳି' ଆୟୋଜିତ ହୋଇଛି । ଏହି ଫଟୋଚିତ୍ର ପ୍ରଦର୍ଶନୀରେ ଶୋଭାପାଉଛି ବନ୍ୟପ୍ରାଣୀ ଓ ପ୍ରକୃତିର ଅପୂର୍ବ ବର୍ଣ୍ଣିଳ ଛବି ।

Photo exhibition chitrabarnali held in lalitkala academy
'ଚିତ୍ରବର୍ଣ୍ଣାଳି'ରେ ଶୋଭାପାଉଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ

By

Published : Dec 10, 2019, 6:22 AM IST

ଭୁବନେଶ୍ବର: ପ୍ରକୃତି ସାଧାରଣ ମନୁଷ୍ୟକୁ ସର୍ବଦା ଆକୃଷ୍ଟ କରିଥାଏ । ଟିକିଏ ନିରୋଳା ସମୟ ପାଇଲେ ସେହି ପ୍ରକୃତରେ କୋଳରେ ମଣିଷ ହଜିଯାଇଥାଏ । ଆଉ ନିଜର ଦୈନନ୍ଦିନ ଜୀବନରେ ଥିବା ସମସ୍ୟା ଓ ଜଞ୍ଜାଳ ଭିତରୁ ବାହାରି ଟିକିଏ ହାଲକା ହେବାକୁ ଭଲ ପାଏ । ତେବେ ଏପରି ସୌଭାଗ୍ୟ ଲୋକମାନଙ୍କୁ କମ ମିଳୁଥିବା ବେଳେ ସେମାନଙ୍କ ନିକଟରେ ଏପରି ସୁଯୋଗ ଆଣି ଦେଇଛି ଉତ୍କଳ ଫଟୋଗ୍ରାଫି କ୍ଲବ୍‌ ।

'ଚିତ୍ରବର୍ଣ୍ଣାଳି'ରେ ଶୋଭାପାଉଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ

ଭୁବନେଶ୍ବର ସ୍ଥାନୀୟ ଲଳିତକଳା ଏକାଡେମୀ ପରିସରରେ ଏହି କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ବାର୍ଷିକ ଫଟୋଚିତ୍ର ପ୍ରଦର୍ଶନୀ 'ଚିତ୍ରବର୍ଣ୍ଣାଳି' । ଯେଉଁଠି ମୁଖ୍ୟତଃ ବନ୍ୟପ୍ରାଣୀ ଓ ପ୍ରକୃତିର ଅପୂର୍ବ ବର୍ଣ୍ଣିଳ ଛବି ଶୋଭାପାଉଛି । କ୍ଲବର ସଦସ୍ୟମାନେ ବିଭିନ୍ନ ସ୍ଥାନ ଭ୍ରମଣ କରିବା ସହିତ ପ୍ରକୃତିର ଏହି ସୁନ୍ଦର ଦୃଶ୍ୟକୁ ନିଜର କ୍ୟାମେରା ମଧ୍ୟରେ ତୋଳି ଧରିଥିଲେ । ଓଡ଼ିଶାରେ ବିଭିନ୍ନ ସ୍ଥାନ ସହ ବନ୍ୟା ପ୍ରାଣୀ ସହ ଲୋକମାନଙ୍କୁ ପରିଚିତ କରାଇବା ଏବଂ ନୂଆ ପିଢ଼ିର ଫଟୋଗ୍ରାଫରଙ୍କ ଭିତରେ ଥିବା ଦକ୍ଷତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ଚିତ୍ର ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ।

ସୂଚନାଯୋଗ୍ୟ, ଏହି ପ୍ରଦର୍ଶନୀ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ 25ଜଣ ଫଟୋଗ୍ରାଫରଙ୍କ 100ଟି ନିର୍ବାଚିତ ଫଟୋକୁ ସ୍ଥାନିତ କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details