ଭୁବନେଶ୍ବର:କ୍ୟାପିଟାଲ ହସ୍ପିଟାଲରେ ପିଜି ଇନଷ୍ଟିଚ୍ୟୁଟର ଖୁବଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରକାରର ମେଡିକାଲ କଲେଜରେ ଯୋଜନା କରୁଛନ୍ତି । ତେବେ କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟକୁ ନେଇ ସରକାର ତତ୍ପରତା ଦେଖାଇଛନ୍ତି । ଏନେଇ କ୍ୟାପିଟାଲ ହସ୍ପିଟାଲରେ ଏକ ଉଚ୍ଚସ୍ତରୀୟ କମିଟି ରହିଛି । ସେହି କମିଟି ଅନୁସାରେ ଟେଣ୍ଡର ଫାଇନାଲ୍ ହୋଇସାରିଛି । 242 କୋଟି ଟଙ୍କାର କାମ ନେଇଛି LNT କମ୍ପାନୀ । ପିଜିରେ 15ଟି ବିଷୟରେ 60 ଜଣ ଛାତ୍ରଛାତ୍ରୀ ନାମ ଲେଖାଇବେ । ଏହାସହ ହଷ୍ଟେଲ ଏକାଡେମୀକ ବ୍ଳକ ମଧ୍ୟ ପ୍ରସ୍ତୁତ କରାଯିବ ।
2022-23 ବର୍ଷ ମଧ୍ୟରେ ପ୍ରଥମ ବ୍ୟାଚ ପିଲାଙ୍କୁ ନାମ ଲେଖାଇବା ପାଇଁ ଆଶା କରାଯାଉଛି । କିନ୍ତୁ ଆନୁଷଙ୍ଗିକ ଭାବରେ କାମ କରିଲେ ଆସନ୍ତା ବର୍ଷ ଠାରୁ ମଧ୍ୟ ଏକାଡେମିକ ସେସନ ଆରମ୍ଭ ହୋଇପାରିବ। ଏଥିରୁ ଦିଲ୍ଲୀ ମେଡିକାଲ କାଉନସିଲ ତରଫରୁ ମଧ୍ୟ ଅନୁମତି ମିଳିସାରିଛି । ବାକି କାମ ଯେତିକି ଶୀଘ୍ର କରାଯିବ । ସେହି ଅନୁସାରେ ଅଗ୍ରସର ହେବ। ଯେଉଁ ସ୍ଥାନରେ କରାଯିବ ସେହି ସ୍ଥାନରେ ଅନେକ ଜମିକୁ ଉଚ୍ଛେଦ କରିବାକୁ ପଡିବ। ଯଥା ମେଡ଼ିସିନ ଷ୍ଟୋର, ସରକାରୀ ଘର ଆଦି ରହିଛି। ସେଠାରେ ମଧ୍ୟ କିଛି ବସ୍ତି ରହିଛି। ତାହାକୁ ଅନ୍ୟତ୍ର ଥଇଥାନ କରାଯିବ।