ଓଡିଶା

odisha

By

Published : Jul 23, 2021, 7:54 PM IST

Updated : Jul 24, 2021, 8:47 AM IST

ETV Bharat / city

ଅଗଷ୍ଟ ୨୩ରୁ PG ଏକକ ଏଣ୍ଟ୍ରାନ୍ସ ଆରମ୍ଭ

ଆସନ୍ତା ଅଗଷ୍ଟ ୨୩ରୁ ଆରମ୍ଭ ହେବ ପିଜି ଏକକ ଏଣ୍ଟ୍ରାନ୍ସ । ସେପ୍ଟମ୍ବର ୧ ଯାଏଁ ଚାଲିବ । ଅଧିକ ପଢନ୍ତୁ...

ଅଗଷ୍ଟ ୨୩ ରୁ ପିଜି ଏକକ ଏଣ୍ଟ୍ରାନ୍ସ ଆରମ୍ଭ
ଅଗଷ୍ଟ ୨୩ ରୁ ପିଜି ଏକକ ଏଣ୍ଟ୍ରାନ୍ସ ଆରମ୍ଭ

ଭୁବନେଶ୍ବର:ଆସନ୍ତା ଅଗଷ୍ଟ ୨୩ରୁ ଆରମ୍ଭ ହେବ ପିଜି ଏକକ ଏଣ୍ଟ୍ରାନ୍ସ । ୨୩ ରୁ ଆରମ୍ଭ ହୋଇ ଏଣ୍ଟ୍ରାନ୍ସ ସେପ୍ଟମ୍ବର ୧ ଯାଏଁ ଚାଲିବ । ଏନେଇ କୁଳପତିଙ୍କ ବୈଠକ ପରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ଯୁକ୍ତ ତିନି ଶେଷ ସେମିଷ୍ଟାର ଅଗଷ୍ଟ ୧୯ ତାରିଖ ସୁଦ୍ଧା ଆରମ୍ଭ ହେବ । ବ୍ୟାକ୍ ପେପର ପରୀକ୍ଷା ସେପ୍ଟେମ୍ବର ୨୭ ସୁଦ୍ଧା ହେବ । ପିଜି ଏକକ ଆଡମିଶନ ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସେହପିରି ପିଜି ଶେଷ ସେମିଷ୍ଟାର ପରୀକ୍ଷା ଅଗଷ୍ଟ ୩୧ ସୁଦ୍ଧା ଶେଷ ହେବ । ଏହି ସେମିଷ୍ଟାର ରେଜଲ୍ଟ ସେପ୍ଟେମ୍ବର ୨୦ ସୁଦ୍ଧା ପ୍ରକାଶ ପାଇବ ।

ଅଗଷ୍ଟ ୨୩ରୁ PG ଏକକ ଏଣ୍ଟ୍ରାନ୍ସ ଆରମ୍ଭ

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସବୁ ବିଶ୍ବବିଦ୍ୟାଳୟରେ ଇ-ଅଫିସ ସ୍ଥାପନ ହେବ । ଆସନ୍ତା ବର୍ଷ(୨୦୨୨) ଜାନୁଆରୀ ୧ ସୁଦ୍ଧା ଏଥିପାଇଁ ସମସ୍ତ କର୍ମଚାରୀଙ୍କୁ ଟ୍ରେନ କରାଯାଉଛି । NAD ଯେଉଁଥିରେ କି ସାର୍ଟିଫିକେଟ ସହ ବିଭିନ୍ନ ଡକ୍ୟୁମେଣ୍ଟ ଅପଲୋଡ କରାଯିବ । ପ୍ରଥମେ ୨୦୨୦ର ସାର୍ଟିଫିକେଟ ଅପଲୋଡ ହେବ ଏବଂ ପରେ ୨୦୧୫ ମସିହା ପର୍ଯ୍ୟନ୍ତି ସାର୍ଟିଫିକେଟ ଅପଲୋଡ କରାଯିବ । ପର୍ଯ୍ୟାୟ କ୍ରମେ ୨୦୨୨ ସୁଦ୍ଧା ସମସ୍ତ ଡକ୍ୟୁମେଣ୍ଟ ଏଥିରେ ଅପଲୋଡ଼ କରାଯିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jul 24, 2021, 8:47 AM IST

ABOUT THE AUTHOR

...view details