ଭୁବନେଶ୍ବର:ସରକାରଙ୍କ ନାକ ତଳେ ଓ ରାଜଧାନୀ ଛାତି ଉପରେ ଘଟିଥିବା ଭୟଙ୍କର ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ଚପାଯାଉଛି କି ? ସ୍ମାର୍ଟସିଟିର ସମ୍ବେଦନଶୀଳ ସ୍ଥାନରେ ଘଟିଥିବା ବିସ୍ଫୋରଣରେ 2 ଜଣଙ୍କ ଜୀବନ ଯାଇଛି, ଆଉ ଏଥି ପାଇଁ କିଏ ଦାୟୀ ? ଦୋଷୀଙ୍କୁ ଦିଆଯାଉଛି କି ହାଇପ୍ରୋଫାଇଲ ସୁରକ୍ଷା ? କ’ଣ ପୋଲିସକୁ ମିଳୁନି ଏଯାବତ କିଛି ସୁରାଗ ? ଚରମ ଅବହେଳାକୁ ଲଚାଇବାକୁ ହେଉଛି କି ପ୍ରୟାସ ? ଛାତିଥରା ବିସ୍ଫୋରଣକୁ ଏବେ ସତେଯେପରି କାହାର ନାହିଁ ନଜର । ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣକୁ 22 ଦିନ ବିତି ଯାଇଥିଲେ ବି ସମସ୍ତେ ନୀରବ କାରଣରୁ ଏପରି ଅନେକ ପ୍ରଶ୍ନ କରିଛନ୍ତି ମାନବାଧିକାର କର୍ମୀ ଜୟନ୍ତ ଦାସ ।
ଅନଫିଟ ଅଫିସର ନା ଜାଣିଶୁଣି ସାଇଲେଣ୍ଟ କମିଶନର । ଏହି ଘଟଣାରେ ନା ପୋଲିସ ବିବୃତି ରଖୁଛି, ନା ଘଟଣାରେ କାହାର ତୃଟି ସାମ୍ନାକୁ ଆସୁଛି । ତଦନ୍ତ ଆଳରେ ଘଟଣାକୁ ଚପାଇଦେବାକୁ ହେଉନି ତ ପ୍ରୟାସ । ଯାହାକୁ ନେଇ ଉଠିଛି ପ୍ରଶ୍ନ ।