ଓଡିଶା

odisha

ETV Bharat / city

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମୁହଁରେ ବିସ୍ଫୋରଣର ଅବହେଳା କାହାଣୀ - ରାଜଭବନ ପେଟ୍ରୋଲ ପମ୍ପ

ରାଜଭବନ ପାଖ ପେଟ୍ରୋଲପମ୍ପ ବିସ୍ଫୋରଣର ରହସ୍ୟ ଉପରୁ ହଟୁଛି ପରଦା । ଛାତିଥରା ବିସ୍ପୋରଣକୁ ଅନୁଭବ କରିଥିବା ଭୁକ୍ତଭୋଗୀଙ୍କ ମୁହଁରେ ପ୍ରଶାସନିକ ଅବହେଳାର କାହାଣୀ ।

Petrol pump staffs brings allegation over adminstration negligence
ପେଟ୍ରୋଲପମ୍ପ କର୍ମଚାରୀଙ୍କ ମୁହଁରେ ବିସ୍ଫୋରଣର ଅବହେଳା କାହାଣୀ

By

Published : Oct 10, 2020, 10:30 PM IST

ଭୁବନେଶ୍ବର: ରାଜଭବନ ପାଖ ପେଟ୍ରୋଲ ପମ୍ପ ବିସ୍ଫୋରଣର ରହସ୍ୟ ଉପରୁ ହଟୁଛି ପରଦା । ଛାତିଥରା ବିସ୍ପୋରଣକୁ ଅନୁଭବ କରିଥିବା ଭୁକ୍ତଭୋଗୀଙ୍କ ମୁହଁରେ ପ୍ରଶାସନିକ ଅବହେଳାର କାହାଣୀ ।

ଏ ହେଉଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ ଚନ୍ଦ୍ରମଣି ବେହେରା, ଯାହାଙ୍କ କାନ୍ଧ ଉପରେ ପଡିଥିଲା ଅଧ କ୍ବିଣ୍ଟାଲର ଏକ ଲୁହା ଖଣ୍ଡ। ତାଙ୍କର ଗୋଟିଏ ପଟ କାନ୍ଧରେ ଗୁରୁତର ଆଘାତ ଲାଗିଥିବା ଯୋଗୁଁ, କିଛି କରିବା ପାଇଁ ସେ ଅକ୍ଷମ। ଇଏସଆଇ ଥିଲେ ମଧ୍ୟ ଚିକିତ୍ସା ପାଇଁ ଡ଼କୁମେଣ୍ଟ ପ୍ରସ୍ତୁତ କରିବାକୁ ପେଟ୍ରୋଲ ପମ୍ପର ଚକ୍କର କାଟୁଛନ୍ତି ସେ ।

ପେଟ୍ରୋଲପମ୍ପ କର୍ମଚାରୀଙ୍କ ମୁହଁରେ ବିସ୍ଫୋରଣର ଅବହେଳା କାହାଣୀ

ଅନ୍ୟଜଣେ ହେଉଛନ୍ତି ଉତରା ଶାସନର ଖିରୋଦ ବିଶ୍ବାଳ । ନୁଆ ଚାକିରିର ଟ୍ରେନିଂ ଯିବାପାଇଁ ଗାଡ଼ିରେ ପଟ୍ରୋଲ ପକାଇବା ସମୟରେ ବିସ୍ଫୋରଣ ଯୋଗୁ କାନର ପରଦା ଫାଟିଯାଇଥିବାରୁ ଶୁଣିବା ପାଇଁ କଷ୍ଟକର। ଏ ନେଇ କେତେ ଖର୍ଚ୍ଚ ହେବ, କେବେ ଅପରେସନ ହେବ, ସରକାରୀ ଓ ବେସରକାରୀ ହସ୍ପିଟାଲ ଦୌଡୁଛନ୍ତି।

ପଦାକୁ ଆସୁଛନ୍ତି ବିସ୍ଫୋରଣର ଦୁର୍ଘଟଣାଗ୍ରସ୍ତ ଲୋକ। ଯେଉମାନେ ବୟାନ କରିଛନ୍ତି ରାଜଭବନ ପେଟ୍ରୋଲପମ୍ପ ବିସ୍ଫୋରଣର ଅସଲ ଦୃଶ୍ୟ ଓ ପ୍ରଶାସନିକ ଅବହେଳାର ଭୟଙ୍କର ସତ। କେତେ ଭୟଙ୍କର ଓ କେତେ ଛାତିଥରା ଥିଲା ସେହି ବିସ୍ଫୋରଣ, ସେମାନେ ବୟାନ କରିଛନ୍ତି ।

ବିସ୍ଫୋରଣରେ କିଏ ଶିକାର ହୋଇଛନ୍ତି ବା କାହାକୁ ଅନୁକମ୍ପା ରାଶି ମିଳିବ ଏଥିପ୍ରତି କେହି ଧ୍ୟାନ ଦେଉନଥିବା ଅଭିଯୋଗ ମଧ୍ୟ ହୋଇଛି । ବିସ୍ଫୋରଣରେ କେତେ କ୍ଷତି ହୋଇଛି, କେତେଜଣ ଦୁର୍ଘଟଣାର ଶୀକାର ହୋଇଛନ୍ତି ସେନେଇ, ସଠିନ ଆକଳନ କରିବା ପରିବର୍ତ୍ତେ, ବିସ୍ଫୋରଣ ଘଟଣାକୁ ଭୁଲିଯିବାକୁ ପ୍ରଶାସନ ପ୍ରୟାସ କରୁଥିବା ସଙ୍ଗୀନ ଅଭିଯୋଗ ହୋଇଛି । ଏଯାବତ ନିଖୋଜ ସିମାଞ୍ଚଳ ପରିଡ଼ାଙ୍କର ପତା ମିଳୁନି। ଅନ୍ୟପଟେ ଫରେନସିକକୁ ମିଳିଥିବା ମେରୁଦଣ୍ଡ ଘଟଣା ସ୍ଥଳରେ ଯାଇଥିବା ଜୀବନର ଖୋଜାପଡିଛି ହିସାବ। ତେବେ ପୋଲିସର କାର୍ଯାନୁଷ୍ଠାନ ନିଷ୍କ୍ରିୟତା ଘଟଣାକୁ ଚପାଇବାକୁ ଉଦ୍ୟମ ହେଉଥିବା ମଧ୍ୟ ଚର୍ଚ୍ଚା ହେଉଛି । ଅନ୍ୟପଟେ ମୁହଁଖୋଲିବାକୁ ନାରାଜ ଅଫିସର।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details