ଓଡିଶା

odisha

ETV Bharat / city

ପେଟ୍ରୋଲ ପମ୍ପ ବିସ୍ଫୋରଣ ତଦନ୍ତ ବାଟବଣା, ଜୁଡିସିଆଲ ତଦନ୍ତ ପାଇଁ ଡିମାଣ୍ଡ - ପେଟ୍ରୋଲପମ୍ପ ବିସ୍ଫୋରଣ

ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ହୋଇଛି ଚରମ ଅବହେଳା । ଯାହାକୁ ନେଇ ଲୋହିଆ ଏକାଡେମିରେ ପ୍ରେସମିଟ ଜରିଆରେ ଘଟଣାର ଜୁଡିସିଆଲ ତଦନ୍ତ ଦାବି କରିଛନ୍ତି ଅଲ ଇଣ୍ଡିଆ ଫରୱର୍ଡ଼ ବ୍ଲକ। ଅଧିକ ପଢନ୍ତୁ..

petrol-pump-blast
petrol-pump-blast

By

Published : Oct 16, 2020, 10:27 PM IST

ଭୁବନେଶ୍ବର: ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ହୋଇଛି ଚରମ ଅବହେଳା । ଘଟଣାରେ କ୍ଷତିଗ୍ରସ୍ତ ହୋଇଛନ୍ତି ଅନେକ । ହେଲେ ଘଟଣାରେ ଏଯାଏଁ କାହାରିକୁ ହୋଇନାହିଁ ଚିହ୍ନଟ। ୩୦୦ ମିଟର ଭିତରେ ଅନେକ ବସ୍ତି ଓ ଉଠା ଦୋକାନି ହୋଇଛନ୍ତି ପ୍ରଭାବିତ। ଘଟଣାରେ କାହାର ମୃତ୍ୟୁ ହୋଇଛି ଓ କାହାରିକୁ ଏଯାବତ ହୋଇନାହିଁ ଚିହ୍ନଟ । ସିସିଟିଭି ଓ କମିସନରେଟ ପୋଲିସର ତଦନ୍ତ ସତ୍ତ୍ୱେ ଘଟଣାର ୧୦ଦିନ ପରେ କିଛି ମିଳୁନି ସୁରାକ । ଯାହାକୁ ନେଇ ଲୋହିଆ ଏକାଡେମିରେ ପ୍ରେସମିଟ ଜରିଆରେ ଘଟଣାର ଜୁଡିସିଆଲ ତଦନ୍ତ ଦାବି କରିଛନ୍ତି ଅଲ ଇଣ୍ଡିଆ ଫରୱର୍ଡ଼ ବ୍ଲକ।

ପେଟ୍ରୋଲପମ୍ପ ବିସ୍ଫୋରଣ ତଦନ୍ତ ବାଟବଣା, ଜୁଡିସିଆଲ ତଦନ୍ତ ପାଇଁ ଡିମାଣ୍ଡ

ଏନେଇ ସହାୟତା ରାଶି ଵଢାଇବା ସହ ତୁରନ୍ତ ଏହି ଘଟଣାର ଦୋଷୀଙ୍କ ଗିରଫ ପାଇଁ ଦାବି କରିଛନ୍ତି । ଏଥି ସହ କମ୍ପାନୀ କର୍ତ୍ତୁପକ୍ଷ ଷ୍ଟାଣ୍ଡାର୍ଡ଼ ଅପରେଟିଂ ନର୍ମ ଉଲଙ୍ଘନ କରିଥିବା ଅଭିଯୋଗ ବାଢିଛନ୍ତି । ଅକ୍ଟୋବର 7 ତାରିଖ ଭୁବନେଶ୍ବର ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଘଟଣାରେ ଜଣେ ପ୍ରାଣ ହରାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ ଜଣେ ନିକୋଜ ରହିଛନ୍ତି ।

ସେପଟେ ମୃତ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ 8 ଲକ୍ଷ, ଗୁରୁତରଙ୍କୁ 4 ଲକ୍ଷ , ଆହତଙ୍କୁ 1 ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦିଆଯିବ । କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଇଣ୍ଡିଆନ ଅଏଲ ଏହି ସହାୟତା ରାଶି ଘୋଷଣା କରିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରବନ୍ଧକ ଶ୍ରୀନିବାସ ପାତ୍ର।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details