ଓଡିଶା

odisha

ETV Bharat / city

ପେଟ୍ରୋଲ ପମ୍ପ ବ୍ଲାଷ୍ଟ ଘଟଣା; ବାଲେଶ୍ବରରୁ ଆସିଲା ଟ୍ୟାଙ୍କର୍, ଚ୍ୟାମ୍ବରରୁ ବାହାରିବ ତେଲ - Raj Bhavan Petrol Pump

ରାଜଭବନ ନିକଟ ପେଟ୍ରୋଲ ପମ୍ପ ବ୍ଲାଷ୍ଟ ଘଟଣା । ବାଲେଶ୍ବରରୁ ଆସିଲା ଟ୍ୟାଙ୍କର୍। ଚ୍ୟାମ୍ବରରୁ ବାହାରିବ ତେଲ । ଅଧିକ ପଢନ୍ତୁ...

ପେଟ୍ରୋଲ ପମ୍ପ ବ୍ଲାଷ୍ଟ ଘଟଣା; ବାଲେଶ୍ବରରୁ ଆସିଲା ଟ୍ୟାଙ୍କର୍, ଚ୍ୟାମ୍ବରରୁ ବାହାରିବ ତେଲ
ପେଟ୍ରୋଲ ପମ୍ପ ବ୍ଲାଷ୍ଟ ଘଟଣା; ବାଲେଶ୍ବରରୁ ଆସିଲା ଟ୍ୟାଙ୍କର୍, ଚ୍ୟାମ୍ବରରୁ ବାହାରିବ ତେଲ

By

Published : Oct 8, 2020, 7:52 AM IST

ଭୁବନେଶ୍ବର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବ୍ଲାଷ୍ଟ ଘଟଣା ପରେ ଚ୍ୟାମ୍ପରରେ ଥିବା ତେଲକୁ ବାହାର କରିବାକୁ ଉଦ୍ୟମ ହୋଇଛି । ଏନେଇ ବାଲେଶ୍ବରରୁ IOCL ଟ୍ୟାଙ୍କର୍ ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ପହଞ୍ଚିଛି । ଏହି ଟ୍ୟାଙ୍କର ଦ୍ବାରା ତେଲ ଏବଂ ସିଏନଜି ଗ୍ୟାସ୍ ବାହାର କରାଯିବ ।

ପେଟ୍ରୋଲ ପମ୍ପ ବ୍ଲାଷ୍ଟ ଘଟଣା; ବାଲେଶ୍ବରରୁ ଆସିଲା ଟ୍ୟାଙ୍କର୍, ଚ୍ୟାମ୍ବରରୁ ବାହାରିବ ତେଲ

ଟ୍ୟାଙ୍କରଟି ସନ୍ଧ୍ୟାରେ ପହଞ୍ଚିବାକୁ ଥିବାବେଳେ 4 ରୁ 5 ଘଣ୍ଟା ବିଳମ୍ବରେ ପହଞ୍ଚିଛି । ପେଟ୍ରୋଲ ପମ୍ପ ବ୍ଲାଷ୍ଟ ଘଟଣାରେ ଅନେକ ଗୁରୁତର ହୋଇଥିବାବେଳେ ମୃତ୍ୟୁକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି । ତେବେ ଟାଙ୍କିରେ ଥିବା 4ଟି ଚ୍ୟାମ୍ବରରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଭର୍ତ୍ତି ରହିଛି। ଏକ ଚ୍ୟାମ୍ବର ବ୍ଲାଷ୍ଟ ହେବ ପରେ ଆଉ 3 ଟି ଚ୍ୟାମ୍ବର ସୁରକ୍ଷିତ ଭାବରେ ରହିଛି ।

ଏହି ସମସ୍ତ ଚ୍ୟାମ୍ବରରୁ ତେଲ ବାହାର କରିବା ପାଇଁ ବାଲେଶ୍ବରରୁ 2 ଟି ଟ୍ୟାଙ୍କରକୁ ଡକାଯାଇଥିଲା । ଯାହା ସନ୍ଧ୍ୟା ସୁଦ୍ଧା ଆସିବାକୁ ଥିବାବେଳେ 4 ରୁ 5 ଘଣ୍ଟା ବିଳମ୍ବରେ ଆସି ପହଞ୍ଚିଛି। ଏପଟେ କିନ୍ତୁ ତେଲ ନ ବାହାର କରିବା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପ ଚାରିପାଖରେ ଥିବା ଘରେ ନିଆଁ ଲଗାଇବା ବାରଣ କରାଯାଇଛି। ଏହାସହ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜଭବନ ଛକ ଠାରୁ ମଧୁସୂଦନ ଛକ ପର୍ଯ୍ୟନ୍ତ ଗାଡି ଚଳାଚଳ କରିବ ନାହିଁ ବୋଲି ଜଣାପଡିଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details