ଓଡିଶା

odisha

ETV Bharat / city

ଭାରତ ବନ୍ଦ ପ୍ରଭାବ: ରାଜଧାନୀରେ ଚଢା ଦରରେ ବିକ୍ରି ହେଲା ପେଟ୍ରୋଲ - Petrol price so high at road side vendor

ଭାରତ ବନ୍ଦର ଫାଇଦା । ଚଢା ଦରରେ ବିକ୍ରି ହେଲା ପେଟ୍ରୋଲ । ଲିଟର ପିଛା ୨୦ ରୁ ୩୦ ଟଙ୍କା ଅଧିକ ନେଲେ ଅସାଧୁ ବ୍ୟବସାୟୀ ।

#Bharat bandh
ଭାରତ ବନ୍ଦ ପ୍ରଭାବ: ରାଜଧାନୀରେ ଚଢା ଦରରେ ବିକ୍ରି ହେଲା ପେଟ୍ରୋଲ

By

Published : Jan 8, 2020, 4:08 PM IST

ଭୁବନେଶ୍ବର: ଭାରତ ବନ୍ଦର ଫାଇଦା । ଚଢା ଦରରେ ବିକ୍ରି ହେଲା ପେଟ୍ରୋଲ । ଲିଟର ପିଛା ୨୦ ରୁ ୩୦ ଟଙ୍କା ଅଧିକ ନେଲେ ଅସାଧୁ ବ୍ୟବସାୟୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ । ଭୁବନେଶ୍ବରରେ ବିଭିନ୍ନ ପେଟ୍ରୋଲ ପମ୍ପ ନିକଟରେ ଅର୍ଥାତ ରାସ୍ତା କଡରେ ପେଟ୍ରୋଲ ବିକ୍ରି ହେଉଥିବାର ଦେଖିବାକୁ ମିଳିଥିଲା।

ଭାରତ ବନ୍ଦ ପ୍ରଭାବ: ରାଜଧାନୀରେ ଚଢା ଦରରେ ବିକ୍ରି ହେଲା ପେଟ୍ରୋଲ

ପେଟ୍ରୋଲ ପମ୍ପ ବନ୍ଦ ଯୋଗୁଁ ପଟ୍ରୋଲ ଲିଟର ପିଛା ୮୦ ରୁ ୧୦୦ ଟଙ୍କା ପର୍ଯନ୍ତ ବିକ୍ରି କରିଥିଲେ ବ୍ୟବସାୟୀ । ଏପରିକି ଛୋଟ ପିଲା, ମହିଳା ଓ ଯୁବକ ବିକ୍ରି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏନେଇ କିଣିଥିବା ଲୋକେ କହିଥିଲେ ପେଟ୍ରୋଲ ପମ୍ପ ବନ୍ଦ ଯୋଗୁଁ ପେଟ୍ରୋଲ ପକାଇବାକୁ ବାଧ୍ୟ । ତେଣୁ ଆଉ କିଛି ଉପାୟ ନାହିଁ । ଅନ୍ୟପଟେ ଚଢାଦରରେ ବିକ୍ରି କରୁଥିବା ଲୋକେ କହିଥିଲେ ଦିନଟିଏ ସେମାନଙ୍କ ପାଇଁ, ତେବେ ଅଧିକ ଟଙ୍କା ନେବାରେ ଅସୁବିଧା ନାହିଁ ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details