ଓଡିଶା

odisha

ETV Bharat / city

କୁକୁରଙ୍କୁ ଦିଆଯିବ ଭ୍ୟାକ୍ସିନ, ୨୦୩୦ ସୁଦ୍ଧା ଜଳାନ୍ତକମୁକ୍ତ ହେବ ଓଡ଼ିଶା - Veterinary docter

ଖୁବଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲାର ବୁଲା ଓ ପୋଷା କୁକୁରଙ୍କୁ ଦିଆଯିବ ଭ୍ୟାକ୍ସିନ । ଘାତକ ଜଳାନ୍ତକ ରୋଗକୁ ସଂପୂର୍ଣ୍ଣ ରୂପେ ରାଜ୍ୟରୁ କରାଯିବ ମୂଳପୋଛ । ଅଧିକ ପଢନ୍ତୁ...

ପୋଷା ଓ ବୁଲା କୁକୁରଙ୍କୁ ହେବ ଭ୍ୟାକ୍ସିନେସନ, ୨୦୩୦ ସୁଦ୍ଧା ଜଳାନ୍ତକ ମୁକ୍ତ ହେବ ଓଡ଼ିଶା
ପୋଷା ଓ ବୁଲା କୁକୁରଙ୍କୁ ହେବ ଭ୍ୟାକ୍ସିନେସନ, ୨୦୩୦ ସୁଦ୍ଧା ଜଳାନ୍ତକ ମୁକ୍ତ ହେବ ଓଡ଼ିଶା

By

Published : Oct 2, 2021, 7:36 PM IST

ଭୁବନେଶ୍ବର:ରାଜ୍ୟରେ ମାରାତ୍ମକ ହେଉଛି ଜଳାନ୍ତକ ରୋଗ । ଦିନକୁ ଦିନ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଏଥିରେ ବ୍ରେକ୍ ଦେବାକୁ ଆରମ୍ଭ ହୋଇଛି ମାସ ଭ୍ୟାକ୍ସିନେସନ୍ କାର୍ଯ୍ୟକ୍ରମ । ଆଉ ଏନେଇ ୨୦୩୦ ସୁଦ୍ଧା ଜଳାନ୍ତକମୁକ୍ତ ହେବ ଓଡ଼ିଶା । ସବୁ କୁକୁରଙ୍କ ହେବ ଟୀକାକରଣ । ଏଥିପାଇଁ ଶତ ପ୍ରତିଶତ ଭାବେ ସଫଳ ହେଉଛି ଭ୍ୟାକ୍ସିନ୍ ।

ପୋଷା ଓ ବୁଲା କୁକୁରଙ୍କୁ ହେବ ଭ୍ୟାକ୍ସିନେସନ, ୨୦୩୦ ସୁଦ୍ଧା ଜଳାନ୍ତକ ମୁକ୍ତ ହେବ ଓଡ଼ିଶା

ତେବେ କୁକୁର କାମୁଡାରେ ରାଜ୍ୟରେ ଜଳାନ୍ତକ ରୋଗୀ ବୃଦ୍ଧି ପାଉଥିବା ବେଳେ ଏବେ ଟିକାକରଣକୁ ବ୍ୟାପକ କରାଯାଉଛି । ବିଶେଷ କରି ପୋଷା କୁକୁର କାମୁଡାରେ ୫୦ ପ୍ରତିଶତ ଲୋକଙ୍କର ମୃତ୍ୟୁ ହେଉଥିବା ବେଳେ ୫୦ ପ୍ରତିଶତ ବୁଲା କୁକୁର କାମୁଡାରେ ମୃତ୍ୟୁ ହେଉଛି । ସେପଟେ କୁକୁର ଠାରୁ ମଣିଷକୁ ଜଳାନ୍ତକ ରୋଗ ବ୍ୟାପୁଥିବାରୁ ଟିକାକରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି । ଏବଂ ଟିକାକରଣ ପରେ କୁକୁର କାମୁଡିଲେ ବି ରୋଗ ହେବ ନାହିଁ ବୋଲି ଡାକ୍ତରମାନେ କହିଛନ୍ତି । ଏହି ରୋଗରେ ଶତପ୍ରତିଶତ ମୃତ୍ୟୁ ହେଉଥିବାରୁ ଟିକାକରଣ ମୁଖ୍ୟ ଅସ୍ତ୍ର ବୋଲି କୁହାଯାଇଛି ।

ରେକର୍ଡ ଅନୁସାରେ ପ୍ରତିବର୍ଷ ଓଡ଼ିଶାରେ ଜଳାନ୍ତକ ରୋଗରେ ୨୦ ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । ଆଉ ଦେଶରେ ପ୍ରତ୍ୟେକ ଦିନ ଦେଢ ଲକ୍ଷ ରୋଗୀଙ୍କର ମୃତ୍ୟୁ ହେଉଥିବା ବେଳେ ପ୍ରତି ୯ ମିନିଟରେ ଜଣେ ରୋଗୀର ମୃତ୍ୟୁ ଘଟୁଛି । ଏହି ଘଟଣାରେ ପ୍ରାଣୀ ଚିକିତ୍ସକ ୯୦ ପ୍ରତିଶତ କୁକୁର ଦାୟୀ । କିନ୍ତୁ ଲୋକମାନେ କୁକୁର କାମୁଡାକୁ ଗୁରୁତ୍ବ ଦେଉନାହାଁନ୍ତି । ଯାହାକି ଧିରେ ଧିରେ ଘାତକ ହେବାରେ ଲାଗିଛି । ତେଣୁ ରୋଗର ମୂଳକୁ ଆରମ୍ଭରୁ ବନ୍ଦ କରିଦେଲେ ଆଉ ଅଧିକାଂଶ ଲୋକ ମୃତ୍ୟୁମୁଖରେ ପଡିବେ ନାହିଁ ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।

ତେବେ ଜଳାନ୍ତକ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ସେପ୍ଟେମ୍ବର ୨୮ ତାରିଖରୁ ଆରମ୍ଭ ହୋଇଛି ଅଭିଯାନ । ଏହି ପରିପ୍ରେକ୍ଷୀରେ ଆଜି (ଶନିବାର) ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଙ୍ଘ ପକ୍ଷରୁ ଶତାଧିକ ପୋଷା ଏବଂ ବୁଲା କୁକୁରଙ୍କର ଟିକାକରଣ କରାଯାଇଛି ତା ସହିତ ସହ ସାରା ରାଜ୍ୟରେ ପୋଷା କୁକୁର ଏବଂ ବୁଲା କୁକୁରଙ୍କୁ କ୍ୟାମ୍ପ କରି ଟିକା ଦେଉଛନ୍ତି ଓଡ଼ିଶା ପ୍ରାଣୀ ଚିକିତ୍ସା ସେବା ସଂଘ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details