ଓଡିଶା

odisha

ETV Bharat / city

ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ ଓ କଲେଜରେ ଖୋଲିବ ଲ୍ୟାବ

ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ଥିବା ଲ୍ୟାବଗୁଡିକ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

By

Published : Dec 4, 2020, 10:25 PM IST

ଲ୍ୟାବ ଖୋଲିବାକୁ ଅନୁମତି
ଲ୍ୟାବ ଖୋଲିବାକୁ ଅନୁମତି

ଭୁବନେଶ୍ବର: ଉଚ୍ଚ ଶିକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ଥିବା ଲ୍ୟାବଗୁଡିକ ଖୋଲିବାକୁ ଆଜି(ଶୁକ୍ରବାର) ଅନୁମତି ଦେଇଛନ୍ତି ରାଜ୍ୟ ସରକାର।

ଲ୍ୟାବ ଖୋଲିବାକୁ ଅନୁମତି

ରାଜ୍ୟର ଉଚ୍ଚଶିକ୍ଷା ବିଭାଗର ସଚିବ ଏନେଇ ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଓ କଲେଜ ପ୍ରନ୍ସପାଲଙ୍କୁ ଚିଠିଲେଖି ପିଏଚଡ଼ି, ଏମଫିଲ, ପିଜି ସାଇନ୍ସ ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲାରଙ୍କ ପାଇଁ ଲ୍ୟାବ୍ରଟେରୀ ଖୋଲିବାକୁ ଅନୁମତି ଦେଇଛନ୍ତି ।

ସୂଚନାଯୋଗ୍ୟ, ନଭେମ୍ବର 30 ତାରିଖରେ ଏନେଇ ସ୍ଵତନ୍ତ୍ର ରିଲିଫ କମିଶନର ଅନୁମତି ଦେବା ପରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜ କର୍ତ୍ତୃପକ୍ଷ ନିଶ୍ଚିତ ଭାବେ କୋଭିଡନିୟମ କଡାକଡି ପାଳନ କରିବାକୁ କୁହାଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details